ଦୁଇ କାର ମୁହାଁମୁହିଁ ଧକ୍କା, 7 ଗୁରୁତର

101

ଜଗତସିଂହପୁର, ୧୮/୧୨/୨୧ (ଜିଲ୍ଲା ଖବର ) :  ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟକ-ପାରାଦ୍ବୀପ ରାସ୍ତା ଶାରଳାରୋଡ ଛକ ଅନତୀ ଦୂରରେ ଦୁଇଟି କାର ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୭ଜଣ ଗୁରୁତର ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଦୁଇଜଣ ଛୋଟପିଲା ଅଛନ୍ତି ।

ଦୁଇଟି କାର ଦୃତ ଗତିରେ ଆସୁଥିବାବେଳେ ଧକ୍କା ହୋଇଥିଲା । ଏତିକିବେଳେ ଗୁରୁତର ଆହତମାନଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜଗତସିଂହପୁର ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଉଛି । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।