Thursday, November 12, 2026
Home ଆଞ୍ଚଳିକ ଡିମ୍ପଲଙ୍କ ଏକା ଜିଦ୍, ନ୍ୟାୟ ନ ମିଳିବା ଯାଏଁ ଏମିତି ଲଢିବି

ଡିମ୍ପଲଙ୍କ ଏକା ଜିଦ୍, ନ୍ୟାୟ ନ ମିଳିବା ଯାଏଁ ଏମିତି ଲଢିବି

63

ବ୍ରହ୍ମପୁର , ୧୮/୧୨/୨୧ (ଜିଲ୍ଲା ଖବର ) : ଶୀତ କାକରରେ ଟେଣ୍ଟ ଟାଣି ପଡିରହିଛନ୍ତି ଡିମ୍ପଲ । ଗତକାଲି କୋର୍ଟଙ୍କ ଶୁଣାଣି ତାରିଖ ଘୁଞ୍ଚିଲା ପରେ ପୁଣି ଡିମ୍ପଲ ଫେରିଛନ୍ତି ଶଶୁର ଘର ସମ୍ମୁଖକୁ । ଆଉ ଡିମ୍ପଲଙ୍କ ଏକା ଜିଦ ନ୍ୟାୟ ନ ମିଳିଲା ଯାଏଁ ସେମିତି ଶ୍ୱଶୁର ଘର ଆଗରେ ପଡି ରହିବେ । ଏମିତିକି ଶ୍ୱଶୁର ଘର ଆଗରେ ନିଜେ ରାସ୍ତା ଉପରେ ରୋଷେଇ କରି ସେଠାରେ ହିଁ ଖାଇକି ପଡିକି ରହିବେ ନ୍ୟାୟପାଇଁ  ।

ଏପଟେ କୋର୍ଟଙ୍କ ନୋଟିସ  ଅନୁଯାୟୀ ଡିମ୍ପଲଙ୍କ ପ୍ରତ୍ୟେକ ପିଟିସନର ଶୁଣାଣୀ ଆସନ୍ତା 20 ତାରିଖରେ ହେବ । ଡିମ୍ପଲଙ୍କ ଅଭିଯୋଗ ଅନୁଯାୟୀ ସୁମିତ କୋର୍ଟର ଅର୍ଡର  ନମାନିବା ଘଟଣାରେ ଥାନା କିମ୍ବା କୋର୍ଟରେ କେସ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି SDJM କୋର୍ଟ ।

ସମାଧାନ ହେବା ପରିବର୍ତ୍ତେ ଆହୁରି ଜଟିଳ ହେବାରେ ଲାଗିଛି ମାମଲା । ବ୍ରହ୍ମପୁର ବ୍ରହ୍ମାନଗରସ୍ଥିତ ଶାଶୁଘର ଆଗରେ ଗତକାଲି ରାତିରେ ପୁଣି ଧାରଣାରେ ବସିଛନ୍ତି ତପସ୍ବିନୀ । ଶୁକ୍ରବାର ତପସ୍ବିନୀଙ୍କ ତରଫରୁ ରୁଜୁ ପିଟିସନ୍ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା  । ଶ୍ବଶୁର ଘରେ ରହିବାକୁ ଅନୁରୋଧ କରି ତପସ୍ବିନୀ ପିଟିସନ୍ ରୁଜୁ କରିଥିଲେ । ଅସୁରକ୍ଷିତ ଭାବେ ସୁମିତ ତପସ୍ବିନୀଙ୍କୁ ଛାଡି ଚାଲିଯାଇଥିବା କହିଛନ୍ତି ତାଙ୍କ ଓକିଲ । ତେବେ ଶୁଣାଣିକୁ ଆସନ୍ତା ୨୦ ତାରିଖ ଯାଏ ଘୁଞ୍ଚାଇ ଦିଆଯାଇଛି । ତେଣୁ ଏବେ ପୁଣି ଶାଶୁଘର ଆଗରେ ଧାରଣାରେ ବସିଛନ୍ତି ତପସ୍ବିନୀ ।

ତପସ୍ବିନୀଙ୍କୁ ସମର୍ଥନ ଦେଇଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ । ତପସ୍ବିନୀଙ୍କ ସହ ସେ ମଧ୍ୟ ଧାରଣାରେ ବସିଛନ୍ତି । ସେପଟେ ସୁମିତ କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରିଥିବା ନେଇ ତପସ୍ବିନୀଙ୍କ ଓକିଲ କୋର୍ଟରେ ପିଟିସନ୍ ରୁଜୁ କରିଥିଲେ । କୋର୍ଟ ନିର୍ଦ୍ଦେଶ ଅବମାନା କରିଥିବା ଯୋଗୁଁ ଡାକ୍ତର ସୁମିତଙ୍କ ବିରୋଧରେ କ୍ରିମିନାଲ୍ କେସ୍ ରୁଜୁ କରିବାକୁ ଅନୁରୋଧ କରାଯାଇଥିଲା । ଏହାସହ ସେ ପତ୍ନୀ ତପସ୍ବିନୀଙ୍କ ରହିବା ପାଇଁ ବ୍ୟବସ୍ଥା କରି ନାହାନ୍ତି । ଏଣୁ ମାମଲାର ଫଇସଲା ପର୍ଯ୍ୟନ୍ତ ତାଙ୍କୁ ଶ୍ବଶୁର ଘରେ ରହିବାକୁ ଅନୁମତି ଦିଆଯାଉ ଏବଂ ମାସିକ ଭରଣପୋଷଣ ବାବଦରେ ଅର୍ଥ ଦେବାକୁ ପିଟିସନ୍‌ରେ ଉଲ୍ଲେଖ ରହିଛି ।