ଜାଡ଼ରେ ଥରୁଛି କୋଇଡା

79

ସୁନ୍ଦରଗଡ,୧୮/୧୨/୨୧ (ଜିଲ୍ଲା ଖବର ) : ସୁନ୍ଦରଗଡ ଜିଲ୍ଲାର ବଣାଇ ସମେତ କୋଇଡା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା କମିବାରେ ଲାଗିଛି । ଗତ ତିନି ଦିନ ଭିତରେ ତାପମାତ୍ରା ୧୧ ଡିଗ୍ରୀରୁ ଆଜି ୭ଡିଗ୍ରୀକୁ ଖସି ଆସିଛି । ସହର ଅପେକ୍ଷା ଦୁର୍ଗମ ପାହାଡ଼ ପର୍ବତ ଜଙ୍ଗଲ ଘେରା ଅଞ୍ଚଳରେ ୭ଡିଗ୍ରୀ ତକକୁ ପାରଦ ଖସି ୬.୩ ରହୁଥିବା ଜଣାପଡିଛି ।

ଚଳିତ ବର୍ଷ ବିଳମ୍ବରେ ଶୀତ ଆରମ୍ଭ ହୋଇଥିବାବେଳେ ହଠାତ୍‌ ପାରଦ କମିବା ଯୋଗୁଁ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି । ଦିନରେ ସୂର୍ଯ୍ୟଙ୍କ କିରଣକୁ ଭରଷା କରୁଥିବା ବେଳେ ସନ୍ଧ୍ୟା ହେଲେ ନିଆଁକୁ ଭରଷା ।

ଗରିବ ଲୋକ ଥଣ୍ଡା ପାଇଁ ଡହଳ ବିକଳ ହେଲେଣି ।  ଝାଟିମାଟି ଘରେ ଜୀବନ ବିତାଉଥିବା ପରିବାର ରାତିସାରା ନିଆଁ ଲଗେଇ ଶୋଉଥିବା ବେଳେ  କିଛି ଛକ ମାନଙ୍କରେ ଲୋକମାନେ ନିଆଁ ଜାଳି ବସୁଥିବା ଦେଖୁବାକୁ ମିଳିଛି ।

ସକାଳୁ ପ୍ରବଳ କୁହୁଡ଼ି ଯୋଗୁଁ ସକାଳ ଭ୍ରମଣରେ ଯାଉଥିବା ବ୍ୟକ୍ତି ଥଣ୍ଡା ପାଇଁ ଘରୁ ପୂର୍ବଭଳି ବାହାରୁ ନାହାନ୍ତି । ସକାଳୁ ଚା’ ଦୋକାନରେ ଶୀତୁଆ ସକାଳ ଖଟି ବେଶ ଜମୁଛି । ସୂର୍ଯ୍ୟକିରଣ ପଡିବା ସ୍ଥାନରେ ଲୋକଙ୍କ ଖଟି ଅଧିକ ଦେଖୁବାକୁ ମିଳୁଛି ।

ସକାଳୁ ପାଣିକୁ ହାତ ଦେଇହଉନାହିଁ ।  ପାଣି ଜାଡ଼ି କି ରହୁଛି । ଥଣ୍ଡା ପଡିବା ପରେ ଗରମ ପାଣି ଭରଷାରେ ଲୋକ ଜୀବନ କାଟୁଛନ୍ତି । ଗ୍ରାମାଞ୍ଚଳ ଲୋକ ସନ୍ଧ୍ୟା ହୋଇଗଲେ ଘରେ ରହୁଛନ୍ତି । ସନ୍ଧ୍ୟା ପରେ ଘରୁ ପଦାକୁ ବାହାରିବା କଷ୍ଟ ହୋଇଯାଉଛି । ଯେଉଁଭଳି ଥଣ୍ଡା ପଡୁଛି ବାହାରକୁ ବାହାରିଲେ ହାତ ଗୋଡ଼ ମୁଣ୍ଡ କାଲୁଆ ହୋଇଯାଉଛି।