ମା-ପୁଅକୁ ନିଆଁ ଲଗାଇ ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗିରଫ

55

ଅନୁଗୋଳ,୧୮/୧୨/୨୧ (ଜିଲ୍ଲା ଖବର ) :  ଅନୁଗୋଳ ଜିଲ୍ଲା କଣିହାଁ ଡେରେଙ୍ଗ ଦେହୁରୀସାହିରେ ବର୍ବରତା ।  ମା-ପୁଅକୁ ନିଆଁ ଲଗାଇ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାରେ ଗ୍ରାମର ଯୁଧିଷ୍ଠିର ସାହୁଙ୍କୁ ପୋଲିସ୍  ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

ଦେହୁରୀସାହିର ଚଞ୍ଚଳା ବେହେରା ଓ ତାଙ୍କ ପୁଅ ମାମୁଲା ଘରେ ଶୋଇଥିଲେ । ଏତିକିବେଳେ ଅଭିଯୁକ୍ତ ଯୁଧିଷ୍ଟିର ବାହାର ପଟୁ କବାଟ ବନ୍ଦ କରି,  କିରୋସିନ ଢାଳି ନିଆଁ ଲଗାଇ ଚମ୍ପଟ୍ ମାରିଥିଲା । ଏନେଇ ଚଞ୍ଚଳା ପୋଲିସକୁ ଚିକିତ୍ସିତ ଅବସ୍ଥାରେ ବୟାନ ଦେଇଛନ୍ତି। 

ଘଟଣା ଘଟିବାର ଠିକ୍ ୭ଦିନ ତଳୁ ଅଭିଯୁକ୍ତ ଯୁଧିଷ୍ଠିର ଚଞ୍ଚଳାକୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲା । ଚଞ୍ଚଳା ଅଭିଯୁକ୍ତ ପାଖରୁ ୮ହଜାର ଟଙ୍କା ଧାର ଆଣିଥିଲେ ଓ ସେହି ଟଙ୍କାକୁ ଚଞ୍ଚଳା ପରିଶୋଧ କରିଥିଲେ । କିନ୍ତୁ ଅଭିଯୁକ୍ତ ଯୁଧିଷ୍ଟିର ସେହି ଟଙ୍କାଙ୍କୁ ପୁଣି ଫେରାଇବାକୁ କହିଥିଲା। ଯାହାକୁ ନେଇ  ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ଯୁଧିଷ୍ଠିର ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି।