
ରାୟଗଡା , ୧୮/୧୨/୨୧ (ଜିଲ୍ଲା ଖବର ) : ନାରାୟଣ ଗଡା ଅଙ୍ଗନବାଡି କର୍ମୀଙ୍କୁ ହଟେଇବା ଘଟଣା । ରାୟଗଡା ଜିଲ୍ଲାପାଳଙ୍କ ତଦନ୍ତ ପ୍ରତିଶ୍ରୁତି ପରେ ଧାରଣରୁ ଓହରିଲେ ନାରାୟଣ ଗୁଡା ଗ୍ରାମବାସୀ । ରାୟଗଡା ଜିଲ୍ଲା ରାମନାଗୁଡା ବ୍ଳକ ନାରାୟଣଗୁଡା ଅଙ୍ଗନବାଡି କର୍ମୀ ଜୟନ୍ତୀ ଶବର ଙ୍କ ମନମୁଖୀ କାର୍ଯ୍ୟ, ଶିଶୁଙ୍କ ଅବିଭାବକଙ୍କୁ ଦୁର୍ବ୍ୟବହାର ଓ କେନ୍ଦ୍ର ରେ ଅନିୟମିତତା ଅଭିଯୋଗ ନେଇ ଉକ୍ତ କର୍ମୀଙ୍କୁ ହଟେଇବା ଦାବିରେ ଗତ ୧୩ ତାରିଖ ରୁ ୪ ଦିନ ଧରି ରାମନାଗୁଡା ଶିଶୁ ବିକାଶ ଯୋଜନା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଥିଲେ ।
ସୂଚନା ଥାଉ କି ନାରାୟଣଗୁଡା ଅଙ୍ଗନବାଡି କର୍ମୀ ଜୟନ୍ତୀ ଶବର ଙ୍କ ମନମୁଖୀ କାର୍ଯ୍ୟକଳାପକୁ ନେଇ ଅସନ୍ତୁଷ୍ଟ ଥିବା ଗ୍ରାମବାସୀ ଅଙ୍ଗନବାଡି କର୍ମୀଙ୍କୁ ବହିଷ୍କାର ଦାବି କରୀ ଶିଶୁ ବିକାଶ ଯୋଜନା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ଗ୍ରାମର ମହିଳା ମାନେ। ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ଦେବାରେ ଅନିୟମିତତା ଏବଂ ଶିଶୁ ମାନଙ୍କ ଅଭିଭାବକ ଙ୍କ ସହ ଦୁର୍ବ୍ୟବହାର ପ୍ରଦର୍ଶନ ଓ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ଖେଳନା, ଶୌଚାଳୟ ଇତ୍ୟାଦି ବ୍ୟବହାର କୁ କର୍ମୀ ଜଣକ ବାରଣ କରୁଥିବା ମହିଳା ମାନେ ଅଭିଯୋଗ କରିଥିଲେ, ଏଥିସହ ଉକ୍ତ କର୍ମୀଙ୍କୁ ଅନ୍ୟତ୍ର ବଦଳି ମଧ୍ୟ ଦାବୀ କରିଥିଲେ ।
ଏ ନେଇ ପୂର୍ବ ରୁ ରାମନାଗୁଡା ଶିଶୁ ବିକାଶ ଯୋଜନା ଅଧିକାରୀ ଶ୍ରୀମତୀ ଶାନ୍ତିଲତା ରଥ ଗୁଣୁପୁର ଉପଜିଲ୍ଲାପାଳ ଙ୍କୁ ଜଣାଇଥିଲେ ମଧ୍ୟ କୌଣସି ଫଳ ମିଳିନଥିଲା। ଗତ ଅଗଷ୍ଟ ମାସରୁ ଏଭଳି ଅପ୍ରୀତିକର ପରିସ୍ଥିତି ଲାଗିରହିଥିଲା, ରାୟଗଡା ଜିଲ୍ଲା ପାଳ ନାରାୟଣ ଗୁଡା ଗ୍ରାମବାସୀ ଙ୍କ ସହ ଆଲୋଚନା କରି ଆସନ୍ତା ୧୦ ଦିନ ମଧ୍ୟରେ ଘଟଣାର ସତ୍ୟାସତ୍ୟ ତଦନ୍ତ କରି ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେବା ପରେ ଜିଲ୍ଲାପାଳ ଙ୍କ ଆଦେଶ କୁ ସମ୍ମାନ ଜଣାଇ ଗୁରୁବାର ସନ୍ଧ୍ୟାରେ ଧାରଣରୁ ଓହରିଛନ୍ତି ଗ୍ରାମବାସୀ।



