
ବ୍ରହ୍ମପୁର ,୧୭/୧୨/୨୧ (ଜିଲ୍ଲା ଖବର ) : ଆଜି ଆସିକା ଛାଡିବେ ତପସ୍ୱିନୀ । ଏସ ଡି ଜେ ଏମ କୋର୍ଟରେ ହଜାର ହେବେ ତପସ୍ୱିନୀ । ଆଜି ଏହି ବହୁଚର୍ଚ୍ଚିତ ଘଟଣାର ତୃତୀୟ ଶୁଣାଣି ଥିବାବେଳେ ସକାଳୁ ସକାଳୁ ଆସିକା ଚିନିଶିଳ୍ପରୁ ବାହାରି ବ୍ରହ୍ମପୁର ଏସ ଡି ଜେ ଏମ କୋର୍ଟକୁ ଯିବେ । ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି କହିଛନ୍ତି ତପସ୍ୱିନୀ । ସୂଚନା ଯୋଗ୍ୟକି ଗତକାଲି ସୁମିତ ଏକ ଅଡ଼ିଓ ଭାଇରଲ କରି ନିଜର ଶରୀର ଅସୁସ୍ଥତା ଜଣାଇବା ସହ ତପସ୍ୱିନୀଙ୍କୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ।
ଶସ୍ତା ଲୋକପ୍ରିୟତା ହାସଲ କରୁଛନ୍ତି ବୋଲି କହିଛନ୍ତି ସୁମିତ । ନିଜର ଶରୀର ଅସୁସ୍ଥତାକୁ ଆଳ କରି ଆଜି କୋର୍ଟକୁ ଆସି ନ ପାରନ୍ତି ସୁମିତ ବୋଲି ଏବେ ଚର୍ଚ୍ଚା ପାଲଟିଛି। ଆଜି ଅପରାହ୍ନରେ ଜଣାପଡିବ ଏସ ଡି ଜେ ଏମ କୋର୍ଟ କଣ ଶୁଣାଣି କରୁଛନ୍ତି । ଏବେ ସମସ୍ତଙ୍କର ଅପେକ୍ଷା କୋର୍ଟଙ୍କ ରୟକୁ । ଏସ ଡି ଜେ ଏମ କୋର୍ଟଙ୍କ ରାୟ ତପସ୍ୱିନୀଙ୍କ ସପକ୍ଷରେ ଯିବ ବୋଲି ବିଶ୍ୱାସ ଅଛି ବୋଲି କହିଛନ୍ତି ତପସ୍ୱିନୀ ।




