
ନୂଆଦିଲ୍ଲୀ,୧୭/୧୨/୨୧ (ଜିଲ୍ଲା ଖବର ) : କରୋନାର ନୂଆ ଭ୍ୟାରିଅଣ୍ଟ ଓମିକ୍ରନ୍ ର ପ୍ରକୋପ ସମଗ୍ର ବିଶ୍ୱରେ ଦେଖିବାକୁ ମିଳୁଛି । ଏଥିସହିତ, କରୋନା ଭାଇରସ୍ ମଧ୍ୟ ହ୍ରାସ ଘଟୁ ନାହିଁ। ତେବେ କରୋନାର ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି ମିସ୍ ଓ୍ୱାର୍ଲ୍ଡ ୨୦୨୧ ର ଗ୍ରାଣ୍ଡ ଫଇନାଲକୁ ବାତିଲ କରାଯାଇଛି।
ପୋର୍ଟୋ ରିକୋରେ ଆଜି ସକାଳ ୪.୩୦ରେ ଆୟୋଜିତ ହେବାର ଥିଲା । ମାନସା ବାରାଣସୀ ଭାରତ ପକ୍ଷରୁ ମିସ୍ ଓ୍ୱାର୍ଲ୍ଡ ୨୦୨୧ରେ ଭାଗ ନେବାର ଥିଲା। ତେବେ ମାନସା ମିସ୍ ଇଣ୍ଡିଆ ୨୦୨୦ର ତାଜ୍ ନିଜ ନାମ ରେ କରିସାରିଛନ୍ତି।
ମିସ୍ ଇଣ୍ଡିଆ ମାନସା ବାରାଣସିଙ୍କ ସମେତ ୧୭ ପ୍ରତିଯୋଗୀ କରୋନା ପଜିଟିଭ୍ ହୋଇଛନ୍ତି। ଯାହାପରେ ଫାଇନାଲକୁ ବାତିଲ କରାଯାଇଛି। ସମସ୍ତ ପ୍ରତିଯୋଗୀଙ୍କୁ ଆଇସୋଲେସନ୍ରେ ରଖାଯାଇଛି।



