
ଭୁବନେଶ୍ୱର, ୧୭/୧୨/୨୧ (ଜିଲ୍ଲା ଖବର ) : ରାଜ୍ୟରେ ଅସମ୍ଭାଳ ଭାବେ ବଢୁଛି ଶୀତ । ସାରା ରାଜ୍ୟରେ ଏବେ ଶୀତ ଲହରୀ ଜାରି ରହିଛି । ପାହାଡ଼ିଆ ଅଞ୍ଚଳରେ ଶୀତର ପ୍ରକୋପ ଦେଖିବାକୁ ମିଳିଛି । ସଞ୍ଜ ନଇଁଲେ ଦେହ ଥରାଇ ଦେଲା ଭଳି ଶୀତ ଅନୁଭୁତ ହେଉଛି । ରାଜ୍ୟର ୨୨ଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି।
ଗତ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ଥିବା ବେଳେ ଦାରିଙ୍ଗବାଡ଼ରେ ୭ ଡିଗ୍ରୀ ସେଲସିୟସ ରେକର୍ଡ ହେଇଛି । ଭୁବନେଶ୍ବରରେ ତାପମାତ୍ରା ୧୪.୪ ଓ କଟରେ ୧୪ ଡିଗ୍ରୀ ରହିଛି । ସେହିପରି ଫୁଲବାଣୀ ଓ ମାଲକାନଗିରିରେ ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ଭବାନୀପାଟଣା, ପାରଳଖେମୁଣ୍ଡି ଓ କୋରାପୁଟରେ ମଧ୍ୟମ ଧରଣର କୁହୁଡ଼ି ଅନୁଭୁତ ହୋଇଛି ।
ଆଗାମୀ ୫ ଦିନ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବା ସହ ପାରଦ ଆହୁରି ୨ରୁ ୩ ଡିଗ୍ରୀ ହ୍ରାସ ପାଇବ । ଏହାସହ ଆଭ୍ୟନ୍ତରିଣ ଓଡ଼ିଶାରେ ମଧ୍ୟମ ଧରଣର କୁହୁଡ଼ି ଅନୁଭୁତ ହେବ ।


