Saturday, November 14, 2026
Home ଆଞ୍ଚଳିକ ଡିମ୍ପଲ ଓ ତାଙ୍କ ଡାକ୍ତର ସ୍ଵାମୀଙ୍କ ମାମଲାରେ ଆଜି ହେବ ଶୁଣାଣି

ଡିମ୍ପଲ ଓ ତାଙ୍କ ଡାକ୍ତର ସ୍ଵାମୀଙ୍କ ମାମଲାରେ ଆଜି ହେବ ଶୁଣାଣି

85

ବ୍ରହ୍ମପୁର, ୧୭/୧୨/୨୧ (ଜିଲ୍ଲା ଖବର ) : ବ୍ରହ୍ମପୁରରେ ଡିମ୍ପଲ ଓ ତାଙ୍କ ଡାକ୍ତର ସ୍ଵାମୀଙ୍କ ମାମଲାରେ ଆଜି ହେବ ଶୁଣାଣି । ଗେଷ୍ଟ ହାଉସରୁ ଡିମ୍ପଲଙ୍କୁ ଛାଡ଼ି ଫେରାର ଅଛନ୍ତି ସୁମିତ । ହସ୍ପିଟାଲରୁ ମଧ୍ୟ ଛୁଟି ନେଇ ଅଛନ୍ତି ସୁମିତ । ତେବେ ପରିବାର ଲୋକ ସୁମିତଙ୍କୁ ବାଧ୍ୟ କରି ନେଇଥିବା ଅଭିଯୋଗ କରିଛନ୍ତି ପତ୍ନୀ ଡିମ୍ପଲ ।

ସ୍ତ୍ରୀଙ୍କୁ ଭଡ଼ାଘରେ ରଖି ସବୁ ଖର୍ଚ୍ଚ ଦେବାକୁ ସୁମିତଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସୁରକ୍ଷା ସତ୍ତ୍ବେ ଭଡ଼ାଘରେ ଡ଼ିମ୍ପଲଙ୍କୁ ଛାଡ଼ି ଫେରାର ହୋଇଗଲେ ସୁମିତ । ତେବେ ଆଜି ମାମଲାର ଶୁଣାଣି କରିବେ କୋର୍ଟ । ନଜର ରହିଛି କେଉଁ ମୋଡ଼ ନେବ ସମ୍ପର୍କ ନା ଗେଷ୍ଟହାଉସର ସାତଦିନ ଥିଲା ସମ୍ପର୍କର ବଳକା ଦିନ ।