Monday, November 16, 2026
Home ଆଞ୍ଚଳିକ ଅଖିଳ ଭାରତୀୟ ମେୟର୍ସ ସମ୍ମିଳନୀକୁ ଭିସି ଯୋଗେ ଉଦଘାଟନ ସହ ସମ୍ବୋଧିତ କରିବେ ମୋଦି

ଅଖିଳ ଭାରତୀୟ ମେୟର୍ସ ସମ୍ମିଳନୀକୁ ଭିସି ଯୋଗେ ଉଦଘାଟନ ସହ ସମ୍ବୋଧିତ କରିବେ ମୋଦି

64

୧୭/୧୨/୨୧ (ଜିଲ୍ଲା ଖବର ) : ଆଜି ବାରଣାସୀରେ ଆୟୋଜିତ ଅଖିଳ ଭାରତୀୟ ମେୟର୍ସ ସମ୍ମିଳନୀକୁ ଭିସି ଯୋଗେ ଉଦଘାଟନ ସହ ସମ୍ବୋଧିତ କରିବେ ମୋଦି । ସମ୍ମିଳନୀର ବିଷୟବସ୍ତୁ ରହିଛି ନୂଆ ସହରାଞ୍ଚଳ ଭାରତ ।

ନଗର ଉନ୍ନୟନ ବିଭାଗ ଓ ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଗୃହ ନିର୍ମାଣ ଓ ନଗର ବ୍ୟାପାର ମନ୍ତ୍ରୀ ଓ  ବିଭିନ୍ନ ରାଜ୍ୟର ମେୟର ଉପସ୍ଥିତ ରହିବେ । ସହରାଞ୍ଚଳରେ ସୁଗମ ଜୀବନଯାତ୍ରା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ଅନେକ ପ୍ରକାର ଯୋଜନା ଓ ଉପକ୍ରମ ଆରମ୍ଭ କରିଛନ୍ତି ।

ଏସବୁ ଯୋଜନା ଅନ୍ତର୍ଗତ ଉତ୍ତର ପ୍ରଦେଶକୁ ବିଶେଷ ଧ୍ୟାନ ଦିଆଯାଇଛି । ସହରାଞ୍ଚଳ ବିକାଶ କ୍ଷେତ୍ରରେ ଭାରତ ସରକାର ଓ ଉତ୍ତର ପ୍ରଦେଶ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧିକୁ ପ୍ରଦର୍ଶିତ କରିବା ପାଇଁ ଡିସେମ୍ବର ଆଜିଠାରୁ ୧୯ ପର୍ଯ୍ୟନ୍ତ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଛି ।