କୁହୁଡି ଏବଂ ଥଣ୍ଡା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ

61

ମୟୁରଭଞ୍ଜ,୧୭/୧୨/୨୧ (ଜିଲ୍ଲା ଖବର ) : ରାଜ୍ୟରେ ପ୍ରବଳ ଶୀତ ଅନୁଭୁତ ହେଉଥିବାବେଳେ ଜିଲ୍ଲା ମାନଙ୍କରେ ମଧ୍ୟ ଅସହ୍ୟ ଜାଡ।  ଶୀତ ଜାଡରେ ଥରୁଛି କରଞ୍ଜିଆ। ମୟୁରଭଞ୍ଜ ଜିଲ୍ଲାରେ କୁହୁଡ଼ି ସାଙ୍ଗ କୁ ଥଣ୍ଡା ର ଲହରୀ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏମିତି କି କରଞ୍ଜିଆର ବିଭିନ୍ନ ଅଞ୍ଚଳରେ ଆଗକୁ ଆହୁରି ଶୀତ ବଢିବାର ସମ୍ଭାବନା ରହିଛି ।

ସେହିପରି  ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ଉପର ବରକାମୁଡା ଓ ନଅଣl ଅଂଚଳରେ  ତାପମାତ୍ରା ଦିନକୁ ଦିନ ଖସିବାରେ ଲାଗିଛି ଆଜି 8 ଡିଗ୍ରୀ ଥିବା ACF ପ୍ରଦୀପ ଦେ  ଙ୍କ ସୂଚନା । ପ୍ରବଳ କୁହୁଡି ଏବଂ ଥଣ୍ଡା ଯୋଗୁଁ  ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।