ବାଡ଼ି ବଗିଚାରେ କୋବି, ମୁଗ କିଛି ରଖୁନାହାଁନ୍ତି ହାତୀପଲ

46

କେନ୍ଦୁଝର, ୧୭/୧୨/୨୧ (ଜିଲ୍ଲା ଖବର ) :  ଚାଷୀଙ୍କ ପାଚିଲା ଧାନ ଉପରେ ହାତୀ ପଲଙ୍କ ଆକ୍ରମଣ । ଚାଷୀଙ୍କ ଏକର ଏକର ପାଚିଲା ଧାନ ଓ ବାଡ଼ି ବଗିଚାରେ କୋବି, ମୁଗ ଦଳିମକଚି ନଷ୍ଟ କଲେ 14 ଟିକିଆ ହାତୀପଲ ।

ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଖୁଣ୍ଟାପଡା ଗାଁରେ ହାତୀପଲ ପଶି ଏକର ଏକର ଜମିରେ ଅମଳ ଅପେକ୍ଷାରେ ଥିବା ଧାନଫସଲ ଓ ମୁଗ, କୋବିକୁ ଦଳିମକଚି ନଷ୍ଟ କରିଦେଇଛନ୍ତି ।

ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ ।  ହାତୀପଲ ଘଉଡ଼ାଇବାରେ ବନ ବିଭାଗର ବିଫଳ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି ।