
ବିଷମକଟକ, ୧୫/୧୨/୨୧ (ଜିଲ୍ଲା ଖବର ) : ଓଡ଼ିଶାର ୩୦ ଟି ଜିଲ୍ଲାରେ ସମବାୟ କର୍ମଚାରୀ ଗତ ୧୪ ନଭେମ୍ବର ୨୦୨୧ ରୁ ପାଞ୍ଚ ଦଫା ଦାବି ନେଇ ଅନି ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ ରାସ୍ତା କୁ ଓହ୍ଲାଇଥିବା ବେଳେ ରାୟଗଡା ଜିଲ୍ଲାର ସମସ୍ତ ଏମ୍ ଡି ମାନେ କିପରି ମହାସଂଘ କୁ ବେଖାତିର କରି ଧାନ କିଣିବା ପାଇଁ ରାୟଗଡା ଜିଲ୍ଲା ପାଳ ଙ୍କ ନିକଟରେ ଦ୍ୱାରସ୍ତ ହୋଇଛନ୍ତି। ଏଥିରେ ଅବିଭକ୍ତ କୋରାପୁଟ ଜିଲ୍ଲା ସମବାୟ ସମିତି ମହାସଂଘ ସାଧାରଣ ସମ୍ପାଦକ ତଥା ରାୟଗଡ଼ା ଜିଲ୍ଲା ର ସମବାୟ ସମିତିର ସଭାପତି ଶ୍ରୀ ବିଷିକେସନ ରଥ ସମେତ କୋଲନରା ଏମ୍ ଡି ଶ୍ରୀ ମତି ସୈଦାମିନି ଆଚାର୍ଯ୍ୟ, ରାୟଗଡ଼ା ଏମ୍ ଡି ଶ୍ରୀ ସାଇ ସିବା, ପଦ୍ମ ପୁର ଏମ୍ ଡି ଗୁପ୍ତେ ଶ୍ୱର ପାନାଡା, କଲ୍ୟାଣ ସିଂହ ପୁର ଏମ୍ ଡି କଟେଶ୍ୱର , ବିଷମକଟକ ଏମ୍ ଡି ସାନ୍ତୁନ ସାହୁ ସମେତ ଜିଲ୍ଲା ର ସମସ୍ତ ଏମ୍ ଡି ଲିଖିତ ଆକାରରେ ଜିଲ୍ଲା ପାଳ ଙ୍କୁ ଧାନ କିଣି ବା ପାଇଁ ଅନୁରୋଧ କରିଛନ୍ତି। ଏହି ସମ୍ପର୍କରେ ଆମେ ମହାସଂଘର ସମ୍ପାଦକ ଶ୍ରୀ ଦିଗାମ୍ବର ନାୟକ ଙ୍କୁ ଯୋଗାଯୋଗ କରିଥୁବାରୁ ସେ କହିଛନ୍ତି ଯେ ରାୟଗଡ଼ା ଜିଲ୍ଲା ର ସମସ୍ତ ଏମ୍ ଡି ଜିଲ୍ଲା ପାଳ ଙ୍କ ଠାରୁ ଆରମ୍ଭ କିର ସମବାୟ ସମିତିର ସମସ୍ତ ଅଫିସର ଙ୍କୁ ଟଙ୍କା ଦେଇ ଧାନ ମଣ୍ଡି କରିବାପାଇଁ ଅନୁମତି ନେଇଛନ୍ତି। ତେଣୁ ମହାସଂଘ ତରଫରୁ ଏମ୍ ଡି ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭିଜିଲାନ୍ସ ବିଭାଗ ପକ୍ଷକୁ ସମସ୍ତ ରିପୋର୍ଟ ଦିଆଯିବ ବୋଲି ଆମକୁ ଜଣାଇଛନ୍ତି।

ପ୍ରକାଶ ଥାଉକି ଯେ , ଆଜି କୈଣସି ସାମ୍ବାଦିକ ଓ ଚାଷୀ ମାନଙ୍କୁ ଧାନ ମଣ୍ଡି ଉଦ୍ ଘାଟନ ସମ୍ପର୍କରେ ସୂଚନା ନଦେଇ ତର ବରିଆ ଭାବେ ଉଦ୍ ଘାଟନ କରିଥିଲେ। ତେଣୁ ସମସ୍ତ ଚାଷୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି।



