
ବ୍ରହ୍ମପୁର , ୧୫/୧୨/୨୧ (ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ସୁମଣ୍ଡଳ ସ୍ଥିତ ହରିଜନ ସାହିପଛ ପାଖରେ ଥିବା ପୋଖରୀରେ ଉକ୍ତ ଗ୍ରାମର ଜଣେ ବୃଦ୍ଧ ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ନାମ କାମିନୀ ନାୟକ(୫୦)।

ସେ ଗତ କାଲି ସନ୍ଧ୍ୟାରେ ଘୁଷୁରୀ ଖୋଜିବାକୁ ଯାଇ ବାଡ଼ିପଟ ପୋଖରୀ ରେ ଗୋଡ ଖସି ପାଣିରେ ବୁଡି ମୃତ୍ୟୁବରଣ କରିଥିବା ଜଣାଯାଇଛି । ଆଜି ତାଙ୍କ ମୃତ ଦେହ ପୋଖରୀରୁ ଉଦ୍ଧାର କରାଯାଇଛି । ଖବର ପାଇ ବେଗୁନିଆପଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।



