
ଗୁଣୁପୁର, ୧୫/୧୨/୨୧ (ଜିଲ୍ଲା ଖବର ) : ଜଣେ ସ୍ବଚଟ, ନିର୍ବିବାଦୀୟ ଓ ପରୋପକାରୀ ସାମ୍ବାଦିକ ଭାବେ ରାୟଗଡା ଜିଲ୍ଲା ରେ ଜଣାଶୁଣା ବରିଷ୍ଠ ସାମ୍ବାଦିକ ମନୋଜ ପାତ୍ର ଙ୍କ ଉଦେଶ୍ୟରେ ଆଜି ଗୁଣପୁର ପୁର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।

ଓଡିଶା ସାମ୍ବାଦିକ ୟୁନିୟନ ରାୟଗଡା ୟୁନିଟ୍ ଓ ଗୁଣୁପୁର ପ୍ରେସକ୍ଲବ ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭା ରେ ସହରର ସମସ୍ତ ସାମ୍ବାଦିକ, ଆଇନଜୀବୀ, ବୁଦ୍ଧିଜୀବୀ, ରାଜନୈତିକ ନେତୃ ମଣ୍ଡଳୀ, ସରକାରୀ ଅଧିକାରୀ ମାନେ ବହୁ ସଂଖ୍ୟାରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ମନୋଜଙ୍କ ସ୍ବଚଟତାର ପ୍ରଶଂସା କରିଥିଲେ।

ସେ ଅତି ନମ୍ର ଭଦ୍ର ଓ ଶାନ୍ତଶିଷ୍ଟ ବ୍ଯକ୍ତିତ୍ବ ର ଥିଲେ ବୋଲି ଅନେକ ମତ ଦେଇଥିଲେ। ସେ କିଭଳି ତଥ୍ଯ ଭିତିକ ଖବର ପରିବେଷଣ କରୁଥିଲେ, ସେ ଜଣେ ମଧୁମେହ ରୋଗୀ ହୋଇମଧ୍ୟ କୋଭିଡ୍ ସମୟରେ ତାଙ୍କର ରିପୋଟିଂ କୁ ମଧ୍ୟ ଏହି ସଭାରେ ଉଚ୍ଚ ପ୍ରଶଂସା କରାଯାଇ ଥିଲା। ଏହି ଅବସରରେ ସରକାରୀ ଯୋଜନା ର ସୁବିଧା ଠାରୁ ଆଗକୁ ଯାଇ ତାଙ୍କ ପୁଅର ପାଠପଢା ଖର୍ଚ୍ଚ ବହନ କରିବାକୁ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିବାକୁ ଗୁଣୁପୁର ପ୍ରେସ କ୍ଲବର ସଭାପତି ଦେବେନ୍ଦ୍ର ଚୌଧୁରୀ ପ୍ରସ୍ତାବ ଦେଇଥିଲେ।

ଓୟୁଜେ ର ରାୟଗଡା ଶାଖା ସଭାପତି ରାଧାକୃଷ୍ଣ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅନ୍ଯ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଏ ଡିଆଇ ପିଆର ଓ ରଷ୍ମିରାଣୀ ନିମାକା, ଏସଡିପିଓ ଅଜୟ ବାରିକ୍, ତହସିଲଦାର ଶରତ ଚନ୍ଦ୍ର ନାୟକ, ପୌର ପରିଷଦର ନିର୍ବାହୀ ଅଧିକାରୀ ଉମା ପ୍ରଶାଦ ଦାସ, ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବିଜୟ ଗମାଙ୍ଗ, ଓକିଲ ସଂଘ ସଭାପତି ବ୍ରହ୍ମାନନ୍ଦ ପଟ୍ଟନାୟକ, ନବ ନିର୍ମାଣ ସମିତି ର ସଭାପତି ଅକ୍ଷୟ ଦାସ, ଅବସରପ୍ରାପ୍ତ ଶିକ୍ଷକ ଶ୍ଯାମ ସୁନ୍ଦର ପଣ୍ଡା, ବିଜେପି ନେତା ଓ୍ବାଇ ଗଣପତି, ଅମର ସାହୁ, ଶ୍ରୀନିବାସ ସ୍ବାଇଁ, ଟିଙ୍କୁ ପଣ୍ଡା, ବିଜେଡି ଯୁବନେତା ମୁନା ପାଣି, ଏସ ବାବା ପ୍ରଶାଦ, କଂଗ୍ରେସ ର ତରଣୀ ସତପଥି, ଶିକ୍ଷକ ନିତ୍ଯାନନ୍ଦ ସାହୁ, ସୁରେନ୍ଦ୍ର ମଲ୍ଲିକ, ସାମ୍ବାଦିକ ରଂଜିତ ପାଢି, ବିଜୟ ସୁନାମୁଦି, ପ୍ରଦୀପ ପାଢି, ପ୍ରଦୀପ ପାଢି, ଚିନ୍ମୟ ପାଣିଗ୍ରାହୀ, ରବିନ୍ଦ୍ର ମହାପାତ୍ର, ଜନାର୍ଦ୍ଦନ ମହାପାତ୍ର, ବି ସତିଶ କୁମାର, ଅଜିତ ମହାନ୍ତି, ଇନ୍ଦ୍ରଜିତ ପଣ୍ଡା, ପୁର୍ଣ୍ଣ ସଡଙ୍ଗି ପ୍ରମୁଖ ଉପସ୍ଥିତ ରହି ଦିଗମ୍ବତ ଆତ୍ମାର ସଦଗତି କାମନା କରିଥିଲେ।



