
୧୫/୧୨/୨୧ (ଜିଲ୍ଲା ଖବର ) : ଶେଷରେ ଆଖି ବୁଜିଲେ ଗ୍ରୁପ କ୍ୟାପଟେନ ବରୁଣ ସିଂହ। ବେଙ୍ଗୁଲୁରୁର କମାଣ୍ଡ ହସ୍ପିଟାଲରେ ସେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିଲେ। ତେବେ ସାତଦିନର ସଙ୍ଘର୍ଷ ପରେ ଶେଷରେ ସେ ଆଖି ବୁଝିଛନ୍ତ।
କୁନ୍ନୁର କ୍ରାସରେ ଏକମାତ୍ର ଯବାନ ଭାବରେ ସେ ଜୀବିତ ଥିଲେ। ଜୀବନ ମରଣ ସହ ସେ ସଙ୍ଘର୍ଷ କରୁଥିଲେ। ଶେଷରେ ତାଙ୍କର ଜୀବନ ଚାଲିଯାଇଛି।
ଡିସେମ୍ବର 8 ତାରିଖରେ ତାମିଲନାଡୁର କୁନ୍ନୁରରେ MI-17V5 ଚପର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ସିଡିଏସ ବିପିନ ରାୱତ, ପତ୍ନୀ ମଧୁଲିକା ରାୱତଙ୍କ ସମେତ ୧୪ ଜଣ ଉଚ୍ଚ ପଦାଧିକାରୀ ଉପସ୍ଥିତ ଥିଲେ । ୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ଗ୍ରପୁ କ୍ୟାପଟେନ ବରୁଣ ସିଂହ ।


