
୧୫/୧୨/୨୧ (ଜିଲ୍ଲା ଖବର ) : ସୁମିତ କୋଉଠି ରହିବେ। ସମସ୍ତେ ଜାଣିବାକୁ ଭାରି ଇଛୁକ। ତାଙ୍କୁ ଯୋଉ ପାଞ୍ଚ ଦିନ ଛୁଟି ମିଳିଥିଲା, ସେତକ ସରିଗଲାଣି। ଗତକାଲି ତାଙ୍କର ଜଏନିଂ ଥିଲେ ବି ସେ ଜଏନ କରି ନାହାନ୍ତି। ନା ଜଏନ କରୁଛନ୍ତି ନା ଡିମ୍ପଲଙ୍କ ସହ କଥା ହେଉଛନ୍ତି। ସେପଟେ ଛୁଟି ଆମ ହାତରେ ନାହଁ ସିଡିଏମଓ ଏହାର ନିଷ୍ପତ୍ତି ନେବେ ବୋଲି ହସ୍ପିଟାଲ କର୍ତ୍ତୁପକ୍ଷ କହିଛନ୍ତି। ତେବେ ତାଙ୍କ ଛୁଟି ନେଇ ଏଯାଏଁ କିଛି ସ୍ପଷ୍ଟ ହୋଇନାହିଁ।
ପାଞ୍ଚ ଦିନ ହେଲା ଜୀବନସାଥିର ମୁହଁ ଦେଖିବା ଦୂରର କଥା ତାଙ୍କ ପାଟିରୁ ଶବ୍ଦ ଟିକେ ଶୁଣିନାହାନ୍ତି ଡିମ୍ପଲ। ଭାରି କଷ୍ଟରେ ତାଙ୍କର ଦିନ କଟୁଛି। ନା ଅଛନ୍ତି ସ୍ଵାମୀ ନା ପରିବାର ଲୋକେ। ଏକାକୀ ସରକାରୀ ଘରେ ରହୁଛନ୍ତି ଡିମ୍ପଲ। ଆଉ ସୁମିତ, ସୁମିତ ହୋଇ ତାଙ୍କ ଦିନ ଯାଉଛି। ମାତ୍ର ଜୀବନସାଥିଙ୍କର ଦେଖାନାହିଁ।
ସେପଟେ ଡ଼ିମ୍ପଲ କହିଛନ୍ତି ଭଡା ଘର ଖୋଜିବାକୁ କହି ଫେରାର ହୋଇଯାଇଥିବା ସୁମିତଙ୍କୁ ଆଉ ୫ ଦିନ ଛୁଟି ଦରକାର। ଦେହ ପା ଭଲ ନାହିଁ କହି ୫ ଦିନ ଛୁଟିରେ ରହି ଯାହା କଲେ, ସମସ୍ତେ ଦେଖିଲେ। ଏଣିକି ବାବୁଙ୍କୁ ଆଉ ୫ ଦିନ ଛୁଟି ଦରକାର। ଏ କଥା ଶୁଣି ତପସ୍ବିନୀ ଓରଫ୍ ଡିମ୍ପଲଙ୍କ ଅଭିଯୋଗ ସୁମିତ ମିଛ କହୁଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ପତ୍ନୀଙ୍କୁ ପାଖରେ ନ ରଖିବାକୁ ପେଖନା କରୁଛନ୍ତି।
ବାସ୍ତବରେ ବହୁ ଚର୍ଚ୍ଚିତ ବହ୍ମପୁର ଡିମ୍ପଲ-ସୁମିତ ମାମଲା ଏବେ ନୂଆ ମୋଡ ନେବାକୁ ଯାଉଛି । କୋର୍ଟ ଉଭୟଙ୍କୁ ଭଡା ଘରେ ନେଇ ରହିବାର ନିର୍ଦ୍ଦେଶ ଦେଇଥିଲେ। ଏକାଠି ରହିଲେ ଉଭୟଙ୍କ ଭିତରେ ଆତ୍ମିୟତା ବଢିବ ଓ ସମ୍ପର୍କ ସୁଦୃଢ ହେବ ବୋଲି କୋର୍ଟ ଏମିତି ଗୋଟିଏ ନିଷ୍ପତ୍ତି ଶୁଣାଇଥିଲେ। ହେଲେ ଭଡା ଘର ଖୋଜିବା ବାହାନାରେ ପତ୍ନୀ ଡିମ୍ପଲଙ୍କୁ ଛାଡି ଚମ୍ପଟ ମାରିଲେ ସୁମିତ୍। କିନ୍ତୁ ସୁମିତଙ୍କ ଓକିଲ କହିଥିଲେ ସେ ଫେରାର ହୋଇନାହାନ୍ତି। ତାଙ୍କ ଦେହ ଖରାପ ଅଛି। ଯେଉଁଥିପାଇଁ ସେ ଡାକ୍ତରଖାନାରୁ ୪ଦିନ ଛୁଟି ଆଣିଛନ୍ତି।
ସୁମିତ ଏମିତି ମିଛ କଥା କହି ଠକି ଚାଲିଛନ୍ତି ବୋଲି ଗୁରୁତର ଅଭିଯୋଗ କରୁଛନ୍ତି ଡିମ୍ପଲ । ଏହି ଘଟଣାର ଆଗାମୀ ଶୁଣାଣି ୧୭ ତାରିଖରେ କରାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଦେଖାଯାଉ କୋଉ ପାଣି କୁଆଡେ ଯାଉଛି।


