Home ଆଞ୍ଚଳିକ ଲଘୁଚାପ ବର୍ଷାରେ କ୍ଷତିଗ୍ରସ୍ତ ଧାନ ଆଣି ରଖିଥିଲେ, ସବୁ ଜଳିଗଲା…

ଲଘୁଚାପ ବର୍ଷାରେ କ୍ଷତିଗ୍ରସ୍ତ ଧାନ ଆଣି ରଖିଥିଲେ, ସବୁ ଜଳିଗଲା…

60

ଖୋର୍ଦ୍ଧା, ୧୫/୧୨/୨୧ (ଜିଲ୍ଲା ଖବର ) :  ଧାନ ଗଦାରେ ଲାଗିଲା ନିଆଁ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ବଡବେରଣା ଗାଁରେ ଅଘଟଣ । ରାସ୍ତା କଡ଼ରେ ଥିବା ଧାନ ଗଦାରେ ନିଆଁ ଲାଗିଯାଇଛି । ଫଳରେ ଧାନ ଗଦା ସମ୍ପୂର୍ଣ୍ଣ ଭାବେ ପୋଡି ନଷ୍ଟ ହୋଇଯାଇଛି ।

ଗାଁର ଲକ୍ଷ୍ମଣ ପଣ୍ଡା ଧାନ ଚାଷ କରି ଲଘୁଚାପ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଧାନକୁ ରକ୍ଷା କରିବା ପାଇଁ ଓଦା ବିଲରୁ ବହୁ କଷ୍ଟରେ ଆଣି ରଖିଥିଲେ । କିନ୍ତୁ  କେହି ଦୂର୍ବୁତ୍ତ ଧାନ ଗଦାରେ ନିଆଁ ଲଗାଇ ଦେଇଥିବା ସେନ୍ଦେହ କରାଯାଉଛି  । ଫଳରେ ଧାନଗଦା ସଂପୂର୍ଣ୍ଣ ଭାବେ ପୋଡି ପାଉଁଶ ହୋଇଯାଇଛି  ।  ଘଟଣାସ୍ଥଳରେ ବେଗୁନିଆ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ  କରିଥିଲା ।