Sunday, November 15, 2026
Home ଆଞ୍ଚଳିକ ସୀମାନ୍ତ ଓଡ଼ିଶାରେ ଭୟର ବାତାବରଣ, ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ଆସୁଛନ୍ତି ଆନ୍ଧ୍ର ରୋଗୀ

ସୀମାନ୍ତ ଓଡ଼ିଶାରେ ଭୟର ବାତାବରଣ, ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ଆସୁଛନ୍ତି ଆନ୍ଧ୍ର ରୋଗୀ

52

୧୫/୧୨/୨୧ (ଜିଲ୍ଲା ଖବର ) : ଆନ୍ଧ୍ରପ୍ରଦେଶରେ ଓମିକ୍ରନ୍ ଚିହ୍ନଟ ପରେ ସୀମାନ୍ତ ଓଡ଼ିଶାରେ ଭୟ । ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ଆସୁଛନ୍ତି ଆନ୍ଧ୍ର ରୋଗୀ । ଆନ୍ଧ୍ରକୁ ନିୟମିତ ଯାତାୟାତ କରୁଛନ୍ତି ଓଡିଶା ସୀମାନ୍ତ ଲୋକେ । ସେପଟେ ଓମିକ୍ରନର ଭୟାବହତାକୁ ଦେଖି ସୀମାନ୍ତ ଜିଲ୍ଲା ଉପରେ ଅଧିକ ଫୋକସ କରାଯାଉଥିବା କହିଛନ୍ତି ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର । ସର୍ଭିଲାନ୍ସ ଓ ଭ୍ୟାକ୍ସିନେସନକୁ ଗୁରୁତ୍ୱ ଦିଆଯାଉଛି ।

ବାହାରୁ ଆସୁଥିବା ଲୋକଙ୍କର ସର୍ଭିଲାନ୍ସକୁ କଡାକଡି କରାଯାଇଛି । ଜିନମ ସିକ୍ୟୁଏନସିଂ କରାଯାଉଛି । ଶୀଘ୍ର ଟୀକାକରଣ ପାଇଁ କାର୍ଯ୍ୟ ଜାରି ରହିଛି । ଏହି ଭ୍ୟାରିୟାଣ୍ଟ ଅଧିକ ଘାତକ ହେଉ କି ନ ହେଉ ସତର୍କ ରହିବା ପାଇଁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ବିଜୟ ମହାପାତ୍ର ।