
୧୫/୧୨/୨୧ (ଜିଲ୍ଲା ଖବର ) : ପୁଣି ଥରେ ଚର୍ଚ୍ଚାରେ ବିହାର ଗୟାର କେନାଲ ମ୍ୟାନ ଲଙ୍ଗି ଭୂୟାଁ । 20 ବର୍ଷରେ ତିନି କିଲୋମିଟର ଲମ୍ବ କେନାଲ ଖୋଳି ନିଜ ଗାଁକୁ ଚର୍ଚ୍ଚାକୁ ଆଣିଥିବା ଲଙ୍ଗି ଭୂୟାଁ ଏବେ ଆଉ ଏକ କେନାଲ ଖୋଳିବାର ନେଇଛନ୍ତି ନିଷ୍ପତ୍ତି । ଏହି କେନାଲ ଦ୍ବାରା ପାହାଡର ପାଣିକୁ 5ଟି ଗାଁ ପର୍ଯ୍ୟନ୍ତ ପହଂଚାଇବାର ମିଶନକୁ ସେ ଏକ ରୂପ ଦେବାକୁ ସେ ଲାଗି ପଡିଛନ୍ତି । ଯେଉଁଥିରେ ଲୋକଙ୍କ ଗରିବି ଦୂର ହୋଇପାରିବ ବୋଲି କହିଛନ୍ତି ଲଙ୍ଗି ଭୂୟାଁ ।
ଅସମ୍ଭକୁ ସମ୍ଭବ କରି ଦେଖାଇଥିବା ବିହାରର ଲଙ୍ଗି ଭୂୟାଁ ଏଥର କିଛି ବଡ କରି ଦେଖାଇବାର ଶପଥ ନେଇଛନ୍ତି । ଗୟା ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ 80 କିଲୋମିଟର ଦୂରରେ ଥିବା କୋଠିଲୱା ଗାଁର ୟେ ହେଉଛନ୍ତି ସେହି ଲଙ୍ଗି ଭୂୟାଁ ଯିଏକି ନିଜ ପ୍ରଚେଷ୍ଠାରେ 20 ବର୍ଷରେ ତିନି କିଲୋମିଟର ଲମ୍ବ କେନାଲ ଖୋଳି ନିଜ ଗାଁକୁ ଚର୍ଚ୍ଚାକୁ ଆଣିଥିଲେ ।
ଗତବର୍ଷ ଯେତେବେଳେ ଲଙ୍ଗି ଭୂୟାଁଙ୍କ କାହାଣୀ ଗଣମାଧ୍ୟମରେ ଆସିଲା, ସେତେବେଳେ ତାଙ୍କ କାମର ଖୁବ ପ୍ରଂଶସା କରାଯାଇଥିଲା । ଲୋକମାନେ ତାଙ୍କୁ ମାଉଣ୍ଟେନ ମ୍ୟାନ ଦଶରଥ ମାଂଝିଙ୍କ ପରି କେନାଲ ମ୍ୟାନ ଡାକିବା ଆରମ୍ଭ କରିଦେଇଥିଲେ । 70 ବର୍ଷ ପାର କରିସାରିଥିବା ଲଙ୍ଗି ଭୂୟାଁ ପୁଣି ଥରେ ଆଉ ଏକ କେନାଲ ଖୋଳିବାରେ ଲାଗି ପଡିଛନ୍ତି । ଏହି କେନାଲ ଦ୍ବାରା ପାହାଡର ପାଣିକୁ 5ଟି ଗାଁ ପର୍ଯ୍ୟନ୍ତ ପହଂଚାଇବାର ମିଶନକୁ ଏକ ରୂପ ଦେବାକୁ ସେ ଲାଗି ପଡିଛନ୍ତି । ଏଥିଲାଗି ପ୍ରତ୍ୟେକ ଦିନ ପରିଶ୍ରମ କରି 5 ଘଣ୍ଟା ଝାଳ ବୁହାଉଛନ୍ତି ।
ଲଙ୍ଗି ଭୂୟାଁଙ୍କ କହିବା ଅନୁଯାଇ, ଏହି କେନାଲ ହେବା ଦ୍ବାରା ଆଖପାଖ 5ଟି ଗାଁରେ କୃଷି କାର୍ଯ୍ୟ ହୋଇପାରିବ । ଯେଉଁଥିରେ ଲୋକଙ୍କ ଗରିବି ଦୂର ହୋଇପାରିବ । ଦ୍ବିତୀୟ କେନାଲ ହେବା ପରେ ଗାଁ ଲୋକେ ମାଛ ଚାଷ ମଧ୍ୟ କରିପାରିବେ ।
ଏହା ପୂର୍ବରୁ 2000 ମସିହାରେ ଲଙ୍ଗି ଭୂୟାଁ ପ୍ରଥମ କେନାଲ ଖୋଳିବାର ଇଚ୍ଛା କରିଥିଲେ ସେତେବେଳେ ଗାଁର କୌଣସି ଲୋକ ତାଙ୍କୁ ସାହାଯ୍ୟ କରି ନଥିଲେ । ବରଂ ତାଙ୍କର ମଜାକ ଉଡାଇଥିଲେ । କିନ୍ତୁ ଲୋକଙ୍କ କଥାକୁ ଖାତିର ନ କରି ଲଙ୍ଗି ଭୂୟାଁ ନିଜ ମିଶନରେ ଲାଗି ପଡିଥିଲେ । ଆଉ 20 ବର୍ଷର ଅକ୍ଲାନ୍ତ ପରିଶ୍ରମ ପରେ ତିନି କିଲୋମିଟର ଲମ୍ବ କେନାଲ ବନାଇ ଗୋଟିଏ ପୋଖରୀରୁ ନିଜ ଗାଁକୁ ପାଣି ଆଣିଥିଲେ ।
ଲଙ୍ଗି ଭୂୟାଁ ଏହି କେନାଲକୁ ଏଥିପାଇଁ ବନେଇଥିଲେ କି ତାଙ୍କ ଗାଁରେ ହେଉଥିବା ପଳାୟନକୁ ନେଇ ସେ ଦୁଃଖି ଥିଲେ । ଗାଁରେ କୃଷି କାର୍ଯ୍ୟ ନ ହେବାରୁ ଗାଁଲୋକେ ସେମାନଙ୍କ ପିଲା ଏବଂ ପତ୍ନୀଙ୍କୁ ଛାଡି କାମ ଆଶାରେ ସହରକୁ ପଳାଉଥିଲେ ।
ଯେମିତି ମାଉଣ୍ଟେନ ମ୍ୟାନ ଦଶରଥ ମାଂଝି 22 ବର୍ଷର କଠିନ ପରିଶ୍ରମ ପରେ ଗୋଟିଏ ପାହାଡକୁ କାଟି ନିଜ ଗାଁର ଦୂରତାକୁ 55 କିଲୋମିଟରରୁ କମାଇ 15 କିଲୋମିଟର କରି ଦେଇଥିଲେ ଠିକ୍ ସେମିତି ଲଙ୍ଗି ଭୂୟାଁ ମଧ୍ୟ 20 ବର୍ଷ ଅକ୍ଲାନ୍ତ ପରିଶ୍ରମ କରି ନିଜ ଗାଁ ପର୍ଯ୍ୟନ୍ତ କେନାଲ ଖୋଳି ଗାଁରେ କୃଷି କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି । ଆଜି ଲଙ୍ଗି ଭୂୟାଁଙ୍କ ପାଇଁ ନାଁ କେବଳ କୋଠିଲୱା ଗ୍ରାମବାସୀ ଫାଇଦା ପାଉଛନ୍ତି ବରଂ ଆଖପାଖ ଗାଁ ଲୋକେ ମଧ୍ୟ ଏହାର ସୁଫଳ ପାଇପାରୁଛନ୍ତି ।


