
ଆସିକା,୧୫/୧୨/୨୧ (ଜିଲ୍ଲା ଖବର ) : ଆଜି ନବନିର୍ବାଚିତ ଗଞ୍ଜାମ ଓ ଗଜପତି ସମବାୟଵିତ କମିଟି ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ତଥା ପୋଲସରା ବିଧାୟକ ଶ୍ରୀ ଯୁକ୍ତ ଶ୍ରୀକାନ୍ତ ସାହୁ, ଆସିକା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ୱାଇଁ, ଓ କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି ଶୁଭେଚ୍ଛା ଜଣାଇଥିଲେ l
ପରେ ସମବାୟ ମାଧ୍ୟମରେ କିପରି କୃଷି ଓ କୃଷକ ର ଅର୍ଥନୈତିକ, ସାମାଜିକ ବିକାଶ ହୋଇପାରିବ ତାହା ଉପରେ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ l ପୂର୍ଵରୁ ସମବାୟ ଆନ୍ଦୋଳନ ମାଧ୍ୟମରେ କୃଷକ ମାନଙ୍କର ଆର୍ଥିକ, ସାମାଜିକ ଉର୍ନତି ହୋଇଛି ଏହା ଏକ ଲିପି ହୋଇଛି l ସରକାର ସମବାୟ ମାଧ୍ୟମରେ ବିଭିନ୍ନ ପ୍ରହଚନ କରିଛନ୍ତି ଏହା ଆପଣଙ୍କ ମାଧ୍ୟମରେ ପହଂଚିବା ହେଉ l ପରିଶେଷରେ ସମବାୟଵିତ ସଦସ୍ୟ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ l
ଏହି କାର୍ଯ୍ୟକ୍ରମରେ ସମବାୟ ଵିତ କମିଟି ସଭାପତି ସୂର୍ଯ୍ୟ କାନ୍ତ ପରିଡା, ଉପ ସଭାପତି କୈଳାଶ ରଣା, ସାଧାରଣ ସମ୍ପାଦକ ସନାତନ ସଂଗ୍ରାମ ସିଂହ, ଦୀପକ ସାମନ୍ତ, ଅଜୁ ମହାରଣା, ଉପଦେଷ୍ଟା ଯୋଗେନ୍ଦ୍ର ସ୍ୱାଇଁ, ସମ୍ପାଦକ ଦିଲୀପ ପାତ୍ର, ଦିଲୀପ ପାଣିଗ୍ରାହୀ, ଉପସ୍ଥିତ ଥିଲେ l




