
୧୫/୧୨/୨୧ (ଜିଲ୍ଲା ଖବର ) : ଆହୁରି ବଢିବ ଶୀତ । ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ ଥଣ୍ଡା ବାୟୁ ଆଜିଠାରୁ ଓଡିଶା ମଧ୍ୟକୁ ପ୍ରବେଶ କରିବ । ଆଗାମୀ ୪-୫ ଦିନ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ସମ୍ଭାବନା ରହିଛି । ବାୟୁମଣ୍ଡଳର ଉପରିଭାଗରେ ଜଳୀୟବାଷ୍ପର ବ୍ୟାପକ ଉପସ୍ଥିତି ଯୋଗୁଁ ରାଜ୍ୟରେ ପ୍ରାୟ ଅଞ୍ଚଳରେ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ କମ୍ ସହ ପାଗ ଧୁଆଁଳିଆ ରହିବ ।
ଅନେକ ଜାଗାରେ ପାରଦ ୧୦ ଡିଗ୍ରୀରୁ ତଳକୁ ଖସିଯିବ । ୧୯, ୨୦ ଓ ୨୧ ତାରିଖ ତିନି ଦିନ ରାଜ୍ୟରେ ପ୍ରବଳ ଶୀତ ହୋଇପାରେ । ପାଣିପାଗ ବିଶେଷଜ୍ଞମାନେ ଏଭଳି ପୂର୍ବାନୁମାନ କରିଛନ୍ତି । ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୧୭ଡିଗ୍ରୀ ରହିଛି । ଆଜିଠୁ ଭୁବନେଶ୍ୱର ସମେତ ଉପକୂଳ ଓଡିଶାରେ ତାପମାତ୍ରା କମିବ । ସର୍ବନିମ୍ନ ତାପମାତ୍ରା ୪ରୁ ୫ ଡିଗ୍ରୀ କମିଯିବ ବୋଲି ପୂର୍ବାନୁମାନ କରାଯାଉଛି ।


