ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଦିନିକିଆ ଅନୁଗୁଳ ଗସ୍ତ

63

୧୫/୧୨/୨୧ (ଜିଲ୍ଲା ଖବର ) : ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଦିନିକିଆ ଅନୁଗୁଳ ଗସ୍ତ । ଏହି କ୍ରମରେ ରାଜ୍ୟ ବିଜେପି ସମ୍ପାଦକ କାଳନ୍ଦୀ ସାମଲଙ୍କ ନେତୃତ୍ୱରେ ହେବାକୁ ଥିବା ମିଶ୍ରଣ ପର୍ବ ରେ ଗୋଡିବନ୍ଧ ଠାରେ ସାମିଲ ହେବେ ଶ୍ରୀ ମହାନ୍ତି । ଏହାଛଡା ଶହୀଦ ରାଣା ପ୍ରତାପଙ୍କ ପରିବାରକୁ ମଧ୍ୟ ଭେଟିବେ ଶ୍ରୀ ମହାନ୍ତି ।

ସୂଚନା ଅନୁଯାୟୀ ସମୀର ମହାନ୍ତି ପ୍ରଥମେ ତାଳଚେର ଠାରେ ପହଞ୍ଚିବା ପରେ ଦଳୀୟ ନେତୃମଣ୍ଡଳୀଙ୍କ ସହ ତାଳଚେର ନିର୍ବାଚନ ମଣ୍ଡଳୀର ଗୋଡିବନ୍ଧ ଠାରେ ଦିନ 2 ଟା 30 ମିନିଟରେ ପହଂଚି ଶ୍ରୀ କାଳନ୍ଦୀ ସାମଲଙ୍କ ନେତୃତ୍ୱରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗ ଦେବେ । ଏହାସହ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେବେ ।

ଏହାପରେ ଦିନ ପ୍ରାୟ 3 ଟା 30 ମିନିଟରେ କଣ୍ଢା ଳ ପଂଚାୟତର କୃଷ୍ଣଚନ୍ଦ୍ରପୁର ଗ୍ରାମକୁ ଯାଇ ନିକଟରେ ତାମିଲନାଡୁ ହେଲିକ୍ୟାପ୍ଟର ଦୁର୍ଘଟଣାରେ ଶହୀଦ ହୋଇଥିବା ରାଣା ପ୍ରତାପ ଦାସଙ୍କ ପରିବାର ସଦସ୍ୟଙ୍କୁ ଭେଟିବେ । କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଶ୍ରୀ ମହାନ୍ତି ଲୋକାଲ ଫର ଭୋକାଲ କାର୍ଯ୍ୟକ୍ରମ କ୍ରମରେ ତାଳବେଡା ଠାରେ ମୁଢି କଳ ବୁଲି ଦେଖିବା ସହ କାରିଗର ମାନଙ୍କୁ ଭେଟିବେ ବୋଲି ଜଣାପଡିଛି ।