ଟ୍ରକକୁ ଧକ୍କା ଦେଇ ବାଇକ ଆରୋହୀ ମୃତ

53

ବୌଦ୍ଧ, ୧୫/୧୨/୨୧ (ଜିଲ୍ଲା ଖବର ) : ଛିଡା ହୋଇଥିବା ଟ୍ରକକୁ ପଛରୁ ପିଟିଲା ବାଇକ । ଅନୁଗୋଳ ଜିଲ୍ଲା ବୌଦ୍ଧ-କିଆକଟା ବ୍ରିଜଛକ ନିକଟରେ ଘଟିଛି ଦୁର୍ଘଟଣା ।  ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ବାଇକ ଆରୋହୀଙ୍କୁ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।  ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଅସାବଧାନତା ଓ ଶୀତ ଯୋଗୁଁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ମୃତକ ହେଲେ ଦେବଗଡ଼ ଜିଲ୍ଲା ରିଆମାଳ ଅଂଚଳର ସୁବ୍ରତ ରାଉତ । କିଆକଟା ପୋଲିସ ଶବ ଉଦ୍ଧାର କରିବା ସହ ମୃତକଙ୍କ ପରିବାରକୁ ଖବର ଦେଇଛି । ଏହାସହ ପୋଲିସ ଘଟଣାର ତଦନ୍ତ କରୁଛି ।