ବିପୁଳ ପରିମାଣ ନକଲି ମଦ ତିଆରି ସାମଗ୍ରୀ ଜବତ

16

ବାଲେଶ୍ଵର, ୧୫/୧୨/୨୧ (ଜିଲ୍ଲା ଖବର ) : ବ୍ରାଣ୍ଡ ଅସଲି ମଦ ନକଲି । ବାଲେଶ୍ଵର ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ବିପୁଳ ପରିମାଣ ନକଲି ମଦ ତିଆରି ସାମଗ୍ରୀ ଜବତ । ସାମଗ୍ରୀ ସବୁ ପଶ୍ଚିମବଙ୍ଗରୁ ଓଡ଼ିଶା ଆସି ସିଂଲା ଥାନା ଅଞ୍ଚଳରେ ସାହାଡ଼ା ଗାଁରେ ପ୍ରସ୍ତୁତ କରାଯାଉଥିଲା।

ଖବର ପାଇ ଜିଲ୍ଲା ବିଭାଗର ୨୦ ଜଣିଆ ଟିମ ଚଢ଼ାଉ କରିଥିଲା । ଜବତ ବେଳେ ଲେବୁଲ,ଠିପି, ସ୍ପିରିଟ, ବୋତଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ଅନ୍ୟପଟେ ଜବତ ଭୋଗରାଇ ଅଞ୍ଚଳରେ ୨୮୦ ଲିଟର ଚୋରା ଦେଶୀ ମଦ ଜବତ କରିଛି ଏହି ଟିମ। ଭୋଗରାଇରୁ ତିନି ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।