
ଭୁବନେଶ୍ୱର, ୧୫/୧୨/୨୧ (ଜିଲ୍ଲା ଖବର ) : ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର। ତିନିଦିନିଆ ଗସ୍ତରେ ସେ ଓଡିଶା ଆସିଛନ୍ତି । ରାଜ୍ୟର ବିଭିନ୍ନ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯିବ।
୨୦୧୧ ରୁ ୨୦୨୦ ପର୍ଯ୍ୟନ୍ତ ଓଡିଶାର ପରକ୍ୟାପିଟା ଇନକମ୍ ଦେଶର ଆୟର ତୁଳନାରେ ଅଧିକ ରହିଥିବା କହିଛନ୍ତି ନିତୀ ଆୟୋଗ ଉପାଧ୍ୟକ୍ଷ। ଓଡିଶାରେ ଭରପୂର ଖଣିଜ ପଦାର୍ଥ ମହଜୁଦ୍ ରହିଛି ଏବଂ ତାହା କିପରି ଅଧିକ ବଢିପାରିବ ଓ ଅଧିକ ସଦୁପୋଯୋଗ ହୋଇପାରିବ ସେନେଇ ମଧ୍ୟ ଆଲୋଚନା ହେବ । ଏହା ସହ ଓଡିଶାର ପର୍ଯ୍ୟଟନ ଓ କୃଷିର ଅଗ୍ରଗତି କିପରି ହୋଇପାରିବ ସେନେଇ ଆଲୋଚନା କରାଯିବ।


