ଜାଡରେ ଥରୁଛି ସୁବର୍ଣ୍ଣପୁର

8

ସୁବର୍ଣ୍ଣପୁର, ୧୫/୧୨/୨୧ (ଜିଲ୍ଲା ଖବର ) :  ଜାଡ଼ରେ ଥରୁଛି ସୁବର୍ଣ୍ଣପୁର । ଜିଲ୍ଲାରେ ୨ ଦିନ ହେବ ଶୀତ ଲହରୀ ଜାରି ରହିଛି । ପାରଦ ଖସୁଥିବା ବେଳେ ଘନ କୁହୁଡି ଯୋଗୁଁ ଦିନ ୧୦ଟା ଯାଏଁ ରାସ୍ତାଘାଟ ଦିଶୁ ନାହିଁ । ସକାଳୁ ମର୍ଣ୍ଣିଙ୍ଗ ଓ୍ବାକ ସାଙ୍ଗକୁ ବ୍ୟାୟାମ କରି ଶୀତ କାଟୁଛନ୍ତି ଜିଲ୍ଲାବାସୀ । ଚଳିତ ବର୍ଷ ବିଳମ୍ବରେ ଶୀତ ଆସିଥିଲେ ହେଁ ଶୀତର ମାତ୍ରା ବଢିବାରେ ଲାଗିଛି । ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁସାରେ ତାପମାତ୍ରା ଆହୁରି ଖସିବାର ଅନୁମାନ କରାଯାଉଛି ।

ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ ଥଣ୍ଡା ବାୟୁ ଆଜିଠାରୁ ଓଡିଶା  ମଧ୍ୟକୁ ପ୍ରବେଶ କରିବ । ଆଗାମୀ  ୪-୫ ଦିନ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।  ବାୟୁମଣ୍ଡଳର ଉପରିଭାଗରେ ଜଳୀୟବାଷ୍ପର ବ୍ୟାପକ ଉପସ୍ଥିତି ଯୋଗୁଁ  ରାଜ୍ୟରେ ପ୍ରାୟ ଅଞ୍ଚଳରେ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ କମ୍ ସହ ପାଗ ଧୁଆଁଳିଆ ରହିବ ।