ଅନୁଗୋଳ କଣିହାଁ ଥାନା ପୋଇପାଳ ଗାଁରେ ଅଗ୍ନିକାଣ୍ଡ

16

ଅନୁଗୋଳ, ୧୫/୧୨/୨୧ (ଜିଲ୍ଲା ଖବର ) :  ଅନୁଗୋଳ କଣିହାଁ ଥାନା ପୋଇପାଳ ଗାଁରେ ଅଗ୍ନିକାଣ୍ଡ ।  ଅଗ୍ନିକାଣ୍ଡରେ ଗାଁର କାଳିଆ ବେହେରାଙ୍କ ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଛି । ବିଳମ୍ବିତ ରାତିରେ ପରିବାର ଲୋକ ଶୋଇଥିବାବେଳେ ହଠାତ ନିଆଁ ଲାଗିଥିଲା । ଫଳରେ ନିଆଁ ଆୟତ୍ତ କରିବାରେ ବିଫଳ ହୋଇଥିଲେ ଲୋକେ ।

କାଳିଆଙ୍କ ଘର ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବାରୁ ଏବେ ପୁରା ପରିବାର ବେସାହାରା ହୋଇଯାଇଛନ୍ତି । ତେଣୁ କାଳିଆଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ସ୍ଥାନୀୟ ଲୋକେ ।