Thursday, November 12, 2026
Home ଆଞ୍ଚଳିକ ଚିତ୍ତ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଚିତ୍ତ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

48

୧୫/୧୨/୨୧ (ଜିଲ୍ଲା ଖବର ) :  ସଞ୍ଜୟ ଦାସବର୍ମାଙ୍କ ପିଏ ଚିତ୍ତ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଏ ନେଇ ପୋଲିସ ଡ଼ିଜି ଅଭୟ ସୂଚନା ଦେଇଛନ୍ତି। ଗତ ୧୩ ତାରିଖରେ ଏନେଇ ମାମଲା ରୁଜୁ ହୋଇଥିଲା। ପରେ ସଦର ଥାନା ପୋଲିସ ତଦନ୍ତ ଚଲାଇଥିଲା। ଏଥିରେ ସଞ୍ଜୟ ଦାସବର୍ମାଙ୍କ ହାତ ଥିବା ନେଇ ଚିତ୍ତଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ।

 ସେବେ ମାଧବୀଲତା ଆଉ ଏବେ ଚିତ୍ତରଂଜନ ଦୁଇଟି ଯାକ ମାମଲାରେ ସଂଜୟ ଦାସବର୍ମାଙ୍କ ସଂପୃକ୍ତି । ଉଭୟ ଘଟଣାରେ ରହିଛି ଏକାଧିକ ସାମଞ୍ଜସ୍ୟ। ଏବେ ବି ନ୍ୟାୟ ଅପେକ୍ଷାରେ ଲୁହ ଗଡାଉଛନ୍ତି ଆର୍ୟୁବେଦୀକ ଡାକ୍ତର ମାଧବୀଲତାଙ୍କ ପରିବାର ଲୋକ। ସେପଟେ ଛାତିପିଟି ଚିତ୍କାର କରୁଛନ୍ତି ଚିତ୍ତରଞ୍ଜନ ପଲେଇଙ୍କ ପରିବାର ସଦସ୍ୟ।

୨୦୧୨ରେ ବ୍ରହ୍ମଗିରିର ଆର୍ୟୁବେଦିକ ଡାକ୍ତର ମାଧବିଲତା ପ୍ରଧାନଙ୍କ ବଦଳି ପାଇଁ ସେତେବେଳେ ତୁମ୍ବିତୋଫାନ ହେଲା। ୭ ସାତ ସେକ୍ସନ ଅଫିସର ମାଧବୀଙ୍କ ବଦଳି ପାଇଁ ଲାଗିପଡିଲେ। ଯେଉଁଥିପାଇଁ ଅଭିଯୋଗର କିଛି ବି ଫାଇଦା ହୋଇନଥିଲା।