Sunday, November 15, 2026
Home ଆଞ୍ଚଳିକ ଆମେରିକାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮ ଲକ୍ଷ ପାର

ଆମେରିକାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮ ଲକ୍ଷ ପାର

65

୧୫/୧୨/୨୧ (ଜିଲ୍ଲା ଖବର ) :  ସାରା ବିଶ୍ୱରେ କରୋନା କାୟା ବିସ୍ତାର କରିଛି। ସମସ୍ତେ ଭୟଭୀତ ଏବଂ ଚିନ୍ତିତ। ହୁଏତ ଏବେ କରୋନାରେ ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା ସାମାନ୍ୟତମ କମିଛି। କିନ୍ତୁ ଏବେବି ଭୟ ଛାଡି ନାହିଁ। ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ସହିତ ସାଜିଟାଇଜର ବ୍ୟବହାର କରିବା ଆବଶ୍ୟକ । ବଡ କଥା ବିଶ୍ୱରେ ଅନେକଙ୍କ ଜୀବନ ନେଇଛି ମହାମାରୀ କରୋନା। ଅନେକ ଲୋକ ଭଲ ମଧ୍ୟ ହୋଇଛନ୍ତି। ଯଦି ଦେଖିବା କରୋନା ମହାମାରୀ ବିଶ୍ୱରେ ସବୁଠାରୁ ଅଧିକ ଜୀବନ ନେଇଛି ଆମେରିକାରୁ। କରୋନା ଜନିତ ମୃତ୍ୟୁସଂଖ୍ୟା ୮ ଲକ୍ଷ ପାର କରିଛି ବୋଲି ସୂଚନା ରହିଛି ।

ଯାହା ବିଶ୍ୱରେ ସର୍ବାଧିକ।  ଅନେକ ରାଷ୍ଟ୍ରର ଜନସଂଖ୍ୟା ୮ ଲକ୍ଷ ତଳେ ରହିଥିବା ବେଳେ ଆମେରିକାରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ କରୋନା ଯୋଗୁ ହୋଇଛି। 

ଆମେରିକାରେ କରୋନା ବିରୋଧୀ ଟିକାକରଣ ଜୋରଦାର କରାଯାଇଥିଲେ ହେଁ ଅନେକ ଲୋକଙ୍କ ଜୀବନ ଯାଇଛି।ତେବେ ମୃତକଙ୍କ ମଧ୍ୟରେ ଅଧିକାଂଶ ଲୋକ ଟିକା ନେଇ ନଥିଲେ। ଦେଶରେ କରୋନା ଜନିତ ମୃତ୍ୟୁ ୮ ଲକ୍ଷ ପାର କରିଥିବାରୁ ରାଷ୍ଟ୍ରପତି ଜୋ ବାଇଡେନ ଗୋଟିଏ ବିବୃତି ଜାରି କରିଛନ୍ତି। ସେ ଏଥିରେ କହିଛନ୍ତି, ଏବେ କରୋନା ଜନିତ ମୃତ୍ୟୁସଂଖ୍ୟା ୮ ଲକ୍ଷ ପାର କରିଛି। ବର୍ତ୍ତମାନ ଥଣ୍ଡା ଋତୁ ଆସିଛି ଓ ନୂଆ ଭାରିଏଣ୍ଟ ବ୍ୟାପୁଛି। ତେଣୁ ଆମକୁ ଏହା ବିରୋଧରେ ପୁଣିଥରେ ଏକାଠି ହୋଇ ଲଢ଼େଇ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।