
କନ୍ଧମାଳ , ୧୫/୧୨/୨୧ (ଜିଲ୍ଲା ଖବର ) : ଆମେ ଆପଣଙ୍କୁ ଦେଖାଉଛୁ କନ୍ଧମାଳ ଜିଲ୍ଲା ର ଖଜୁରି ପଡା ବ୍ଲକ ରୁ ୫ କିଲୋମିଟର ଦୂରରେ ଥିବା ଖଜୁରୀ ପଡା ପଞ୍ଚାୟତ ର ତିନି ନମ୍ବର ୱାର୍ଡ ର କୁଣ୍ଡା, ମାରଦି ଗୋଛl, ମୁଣ୍ଡା ବାଡ଼ି, ଦାରେଜୁ, ବିତଲି, ଗ୍ରାମ ବାସୀଙ୍କ କଥା ।

ଯେଉଁଠି କି ମୌଳିକ ସୁବିଧା ରୁ ବଞ୍ଚିତ ଅଛନ୍ତି ଗ୍ରାମ ବାସୀ । ନା ଅଛି ରାସ୍ତା ନା ଅଛି ସ୍ୱାସ୍ଥ୍ୟ ର ସୁବିଧା ନା ଅଛି ଶୁଦ୍ଧ ପାନୀୟ ଜଳ ର ସୁବିଧା ନା ଅଛି ଟେଲିଫୋନ୍ ର ସୁବିଧା ଗ୍ରାମକୁ ଭଲ ରାସ୍ତା ଖଣ୍ଡିଏ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଗ୍ରାମ ବାସୀଙ୍କ କହି ବା କଥା ଯେଉଁ ପର୍ୟ୍ୟନ୍ତ ତାଙ୍କର ଗ୍ରାମ କୁ ଭଲ ରାସ୍ତା ଖଣ୍ଡିଏ ନୋ ହେଇଚି ସେଇ ପର୍ୟ୍ୟନ୍ତ ଭୋଟ ବର୍ଜନ କରିବେ ।

କନ୍ଧମାଳ ଜିଲ୍ଲା ରୁ ଗୌର ପ୍ରସାଦ ଙ୍କ ସହ ପ୍ରତାପ ଦିଗାଲ ଙ୍କ ରିପୋର୍ଟ୍ ଜିଲ୍ଲା ଖବର



