
ଶେରଗଡ, ୧୪/୧୨/୨୧ (ଜିଲ୍ଲା ଖବର ) : ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ ରେ ଆଜି ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଙ୍କ ଉପସ୍ଥିତ ରହି ବିଜୁସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ର ଶୁଭାରମ୍ଭ କରିବାସହ ଏହି ସ୍ୱାସ୍ଥ୍ୟ କାର୍ଡ ର ସରକାରଙ୍କ କେତେ ସୁଭିଧା ରହିଛି ଏବଂଏହାକୁ ହିତାଧିକାରୀ କିଭଳି ସୁଭିଧା ପାଇବେଜିଲ୍ଲାପାଳ ଅବଗତ କରାଇଥିଲେ |

ଗତ 12ତାରିଖରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଗସ୍ତରେ ଆସି ମାଆ ତାରାତାରିଣୀ ପୀଠରୁ ସ୍ମାର୍ଟ କାର୍ଡ ର ବଣ୍ଟନ ଶହ ବହୁ ଉର୍ନୟନ ପ୍ରକଳ୍ପ ର ଶୁଭଦଘାଟନ କରିଥିଲେ |ଶେରଗଡ଼ ବ୍ଲକର 29,760 ଜଣ ହିତାଧିକାରୀ ଙ୍କୁ ରାସନ କାର୍ଡ ସୁଭିଧା ମିଳିଥିବା ବେଳେ ପୁଣି 29,760ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସାମିଲ କରାଯାଇଥିବା ଜଣାପଡିଛି |

କିନ୍ତୁ ବହୁ ଯୋଗ୍ୟ ବିବେଚିତ ହିତାଧିକାରୀ ରାସନ କାର୍ଡ ପାଇବାରୁ ବଂଚିତ ଥିବା ବେଳେଏହି କଲ୍ୟାଣ କାରି ଯୋଜନାରେ ପର ମୁହୂର୍ତ୍ତରେ ସରକାରଙ୍କୁ ଚିଠିକରି ବାକି ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯିବ ବୋଲି ଶେରଗଡ଼ ଖାଦ୍ୟ ଯୋଗାଣ ବିଭାଗ ର ମାର୍କେଟିଙ୍ଗ ଅଫିସର ଠାରୁ ପ୍ରକାଶ | ଜିଲ୍ଲାପାଳ ଶ୍ରୀବିଜୟ ଅମୃତ କୁଲାଙ୍ଗେ ଙ୍କୁ ପ୍ରତି ପଂଚାୟତରେ ବହୁ ଆଡମ୍ବରରେ କଳାକାର,ଓ କୀର୍ତନ ମଣ୍ଡଳୀ ଙ୍କ ଦ୍ୱାରା ପାଛୋଟି ନେଇଥିଲେ |

ଅଲାରୀଗଡ଼ , ଗୋବିନ୍ଦପୁର, କୁମାରପାଣି ପଞ୍ଚାୟତ ଠାରେ ଶୁଭାରମ୍ଭ କରିବା ସହ ଜିଲାପାଳ ଙ୍କ ମୋ ଗେଲ୍ହା ଝିଅ,ଭଳି ଅତି ସୁନ୍ଦର କାର୍ଯ୍ୟକ୍ରମ ରେ ଛୋଟ ଗେଲ୍ହା ଝିଅ ଙ୍କୁ ମିଠା ସହ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରଥିଲେ |ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଶ୍ରୀ ଶରତ ଚନ୍ଦ୍ର ମହାପାତ୍ର, ବ୍ଲକ ଅଧକ୍ଷା ଶ୍ରୀମତୀ ସାରସ ସ୍ୱାଇଁ,ବିଡ଼ିଓ ଶ୍ରୀ ଶମ୍ଭୁନାଥ ନନ୍ଦୀ, ତହସିଲଦାର, dr ଦୟାସିନ୍ଧୁ ପରିଡା,ସନ୍ତୋଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ |


