
ବିଷମକଟକ , ୧୪/୧୨/୨୧ (ଜିଲ୍ଲା ଖବର ) : ରାୟଗଡା ଜିଲ୍ଲା ବିଷମକଟକ ଦିନିକିଆ ଗସ୍ତରେ ଦକ୍ଷତା ବିକାଶ ଅଧ୍ୟକ୍ଷ ସୁବ୍ରତ ବାଗଚି ଓ ତାଙ୍କ ଧର୍ମ ପତ୍ନୀ ମୋ ସ୍କୁଲ ଅଭିଯାନ ଅଧ୍ୟକ୍ଷା ସସ୍ମିତା ବାଗଚି। ଆଜି ସକାଳୁ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ବିଷମକଟକ ମିନିଷ୍ଟାଡିୟମରେ ଓଲ୍ହାଇ ବିଷମକଟକର ସ୍ତାନୀୟ ଘରେଇ ଖ୍ରୀଷ୍ଟିଆନ ମେଡିକାଲରେ ଚାଲିଥିବା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପରିଦର୍ଶନ କରିଛନ୍ତି।

ଏହି ଅବସରରେ ନର୍ସିଂ ତାଲିମ କେନ୍ଦ୍ର ଲାଵ ଟ୍ରେନିଂ ଓ ମେଡିକଲର ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ସୁସ୍ମିତା ବାଗଚି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିଦର୍ସନ କରିବା ସହ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଉଦ୍ ଘାଟନ କରିଥିଲେ ।

ତାଙ୍କ ବିଷମକଟକ ଗ୍ରସ୍ତ ସମୟରେ ତାଙ୍କ ସହ ବିଷମକଟକ ଖ୍ରୀଷ୍ଟିଆନ ମେଡ଼ିକାଲ ର ମୁଖ୍ୟ ଡକ୍ଟର ଜୋନି ବିଷମକଟକ ବ୍କକ୍ ବିଜେଡି ସଭାପତି ଶ୍ରୀ ଦେବି ପଟ୍ଟନାୟକ, ବରିଷ୍ଠ ବିଜେଡି ନେତା ତଥା ଆଇନ ଜୀବି ଶ୍ରୀ ପୃଥିବୀ ରାଜ ସାହୁ,ଶିବା ଜେସିଟି,ନାନୁ ପଣ୍ଡା,ପୂର୍ବତନ ବ୍କକ୍ ଅଧକ୍ଷ ଶ୍ରୀ ଦିଲ୍ଲୀପ କୁମାର ପଟ୍ଟନାୟକ, ବିଷମକଟକ ତହସିଲଦାର ଶ୍ରୀ ସୁଭେନ୍ଦୁ ଜେନା, ଗପାଳ କୃଷ୍ଣ ପଟ୍ଟନାୟକ, ମୁନିଗୁଡା ଏସ୍ଡିପିଓ ଶ୍ରୀ ଆକାଶ କୁମାର ସାହୁ, ବିଷମକଟକ ଥାନା ଅଧିକାରୀ ସୁବାଷ କେରେକେଟା ପ୍ରମୁଖ ଉପସ୍ଥିତ ଥିଲେ।


