Tuesday, October 13, 2026
Home ଆଞ୍ଚଳିକ କେନାଲ ଠାରୁ କୁମ୍ଭାରଗାଁ ରାସ୍ତା ଫାଟି ଆଁ କରିଛି !

କେନାଲ ଠାରୁ କୁମ୍ଭାରଗାଁ ରାସ୍ତା ଫାଟି ଆଁ କରିଛି !

18

ବେଗୁନିଆପଡା, ୧୪/୧୨/୨୧ (ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କୁମ୍ଭାରଗାଁ ର କେନାଲ ଠାରୁ କୁମ୍ଭାରଗାଁ ପର୍ଯ୍ଯନ୍ତ ରାସ୍ତା ପାଲଟିଛି ମରଣଯନ୍ତା ।

ସୂଚନା ମୁତାବକ ଅଙ୍ଗାରଗାଁ ପଟୁ କୁମ୍ଭାରଗାଁ କୁ ଯିବାକୁ ହେଲେ ଏହି କେନାଲ ରାସ୍ତାଟି ପାଖ ବା ନିକଟ ଅଟେ । କିନ୍ତୁ ଦୁଖଃର ବିଷୟ ଏହି ରାସ୍ତାଟି କଂକ୍ରିଟ ହୋଇଥିଲେ ମଧ୍ଯ ରାସ୍ତା ଫାଟି ଆଁ କରିଅଛି ଏବଂ ଖାଲଖଣାରେ ପରିଣତ ହୋଇଛି ।

ଫଳରେ ଗାଡି ମୋଟର ଯିବା ଆସିବା ବେଳେ ନାନା ଦୁର୍ଘଟଣା ର ଶିକାର ହେବାକୁ ପଡୁଛି । ଏହି ରାସ୍ତା ଦେଇ ପ୍ରତିଦିନ ବହୁ ଲୋକ ଯାତାୟାତ କରନ୍ତି ।କିନ୍ତୁ ଏଥିପ୍ରତି ସତେ ଯେମିତି କାହାର ଦୃଷ୍ଟି ନ ଥିବା ଭଳି ଜଣାପଡୁଛି ।

ଏହି ରାସ୍ତା ନିର୍ମାଣ ପାଇଁ ଜନସାଧାରଣ ରେ ଦାବୀ ହୋଇଛି ।ଦେଖାଯାଉ ବିଭାଗୀୟ ଅଧିକାରୀ ଏବଂ ନିର୍ବାଚିତ ଜନପ୍ରତିନିଧି ଙ୍କ କେବେ ଦୃଷ୍ଟି ପଡୁଛି ତାହା ଦେଖବାକୁ ବାକି ରହିଲା । ଏ ନେଇ ବିଭାଗୀୟ ଅଧିକାରୀଙ୍କ ମତାମତ ମିଳିପାରି ନାହିଁ ।