Saturday, November 14, 2026
Home ଆଞ୍ଚଳିକ ଆସିକା ବିଜ୍ଞାନ ମହାବିଦ୍ୟାଳୟ ୫୩ ତମ ବାର୍ଷିକ କ୍ରୀଡା ଉତ୍ସବର ଉଦଯାପନ ଦିବସ

ଆସିକା ବିଜ୍ଞାନ ମହାବିଦ୍ୟାଳୟ ୫୩ ତମ ବାର୍ଷିକ କ୍ରୀଡା ଉତ୍ସବର ଉଦଯାପନ ଦିବସ

17


ଆସିକା , ୧୪/୧୩/୨୧ (ଜିଲ୍ଲା ଖବର ) : ଆସିକା ବିଜ୍ଞାନ ମହାବିଦ୍ୟାଳୟର ୫୩ତମ ବାର୍ଷିକ କ୍ରୀଡାଉତ୍ସବର ଉଦଯାପନ ଅଧ୍ୟକ୍ଷ ଡ଼ ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଏବଂ କ୍ରୀଡା ପ୍ରଶିକ୍ଷକ ସନ୍ତୋଷ କୁମାର ପ୍ରଧାନଙ୍କ ସଂଯୋଜନାରେ ଆନୁଷ୍ଠାନିକ ରୂପେ ସମାପନ ହୋଇଯାଇଛି। ଏହି ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳିର ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ବାଇଁ ଏବଂ ସମ୍ମାନିତ ଅତିଥି ଆସିକା ଅଞ୍ଚଳର ରାଷ୍ଟ୍ରୀୟ ତଥା ଅନ୍ତଃର୍ଜାତୀୟସ୍ତରର ସୁନ୍ଦର ସ୍ବାସ୍ଥ୍ୟ ବ୍ୟକ୍ତିତ୍ବ ଏସ୍. ରାଜେଶ୍ ବାବୁ ଆଚାରୀ ଯୋଗଦେଇଥିଲେ। ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା। କ୍ରୀଡା ସଂସଦର ସମସ୍ତ କର୍ମକର୍ତ୍ତା ଏବଂ ସମ୍ମାନିତ ଅତିଥିଙ୍କ ଦ୍ବାରା କ୍ରୀଡା ପତାକା କୁ ଅବତରଣ କରାଯାଇଥିଲା ଏବଂ କ୍ରୀଡା ମଶାଲକୁ ପବିତ୍ର ଗୋ-ଦୁଗ୍ଧ ଦ୍ବାରା ନିର୍ବାପିତ କରାଯାଇଥିଲା।


କଲେଜ କ୍ରୀଡା ସଂସଦର ଉପସଭାପତି ଡ଼. ଶ୍ରୀମତୀ ସ୍ମିତାରାଣୀ ପଣ୍ଡା ଅତିଥି ପରିଚୟ ପ୍ରଦାନ ସହ କ୍ରୀଡା ସଂସଦର ବିବରଣି ପାଠ କରିଥିଲେ। କ୍ରୀଡା ବ୍ୟକ୍ତିର ମାନସିକ, ଶାରିରୀକ ତଥା ଆଧ୍ୟାତ୍ମିକ ସ୍ତରକୁ ଉଜ୍ଜିବୀତ କରେ ବୋଲି ମତ ପୋଷଣ କରିଥିଲେ। କଲେଜ ଅଧ୍ୟକ୍ଷ ଡ଼. ତ୍ରିପାଠୀ ନିଜର ସ୍ବାଗତ ଭାଷଣରେ କଲେଜର ଖେଳ ପଡିଆକୁ କଲେଜ ପରିସରଭୁକ୍ତ କରିବା ପାଇଁ ଆସିକା ବିଧାୟିକାଙ୍କୁ ନିବେଦନ କରିଥିଲେ। ବିଧାୟିକା ନିଜର ଅଭିଭାଷଣରେ କଲେଜ ଖେଳପଡିଆର ସ୍ବତନ୍ତ୍ର ସୀମା ସରହଦ କରିବା ପାଇଁ ପ୍ରତିଶୃତି ଦେଇଥିଲେ। ତତପଶ୍ଚାତ୍ ସମ୍ମାନିତ ଅତିଥି ଏସ୍ ରାଜେଶ ବାବୁ ଆଚାରୀ ମଧ୍ୟ ଶୃଙ୍ଖଳିତ କ୍ରୀଡା ମାଧ୍ୟମରେ ହିଁ ବ୍ୟକ୍ତିର ବ୍ୟକ୍ତିତ୍ବ ବିକାଶ ହୋଇଥାଏ ବୋଲି ସମସ୍ତ ଛାତଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ ଏବଂ ସୁନ୍ଦର ସ୍ବାସ୍ଥ୍ୟ ହିଁ ବ୍ୟକ୍ତିତ୍ବ ଶ୍ରୀବୃଦ୍ଧିରେ ସହାୟକ ହୋଇଥାଏ ବୋଲି ଯୁକ୍ତି ବାଢିଥିଲେ।

ସମସ୍ତ କ୍ରୀଡାର କୃତି ଛାତ୍ରଛାତ୍ରୀ ତଥା ସର୍ବଜୟୀ ଖେଳାଳି ମାନଙ୍କୁ ଅତିଥି ମାନଙ୍କ କରକମଳରେ ପୁରସ୍କାର ବିତରଣ କରାଯାଇଥିଲା। ଏହି ଉଦଯାପନୀ ଉତ୍ସବର ସମସ୍ତ କାର୍ଯ୍ୟ କିପରି ସଫଳ ରୂପାୟନ ହୋଇପାରିବ, ସେଥିପ୍ରତି କଲେଜ କ୍ରୀଡା ସଂସଦର ସମସ୍ତ ସଦସ୍ୟ ଅଧ୍ୟାପକ ରାଜେଶ୍ କୁମାର ସାହୁ, ସରୋଜ କୁମାର ପଣ୍ଡା, ଅରୁଣ ସେଠୀ, ଡ. ବିଜୟ କୁମାର ସିଂହ, ଧନଞ୍ଜୟ ମହାପାତ୍ର ଏବଂ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା ଅଣଶିକ୍ଷକ କର୍ମଚାରୀମାନେ, ସେଥି ପ୍ରତି ଶତତଃ ପ୍ରୟାସୀ ହୋଇଥିଲେ। ପରିଶେଷରେ କ୍ରୀଡା ପ୍ରଶିକ୍ଷକ ସନ୍ତୋଷ କୁମାର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।