
ବିଷମକଟକ , ୧୪/୧୨/୨୧ ( ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲା ବିଷମକଟକ ସହର ର ଜିଲ୍ଲା ଓଟିଭି ରିପୋର୍ଟ ର ଶ୍ରୀ ମନୋଜ କୁମାର ପାତ୍ର ଙ୍କ ଆଜି ସକାଳୁ ମୃତ୍ୟୁ ଘଟିଛି। ସେ ବରମପୁର ରେ ତାଙ୍କ ଭାଣିଜୀ ଙ୍କ ବିବାହ କାର୍ଯ୍ୟ ରେ ଯୋଗ ଦେବାକୁ ଯାଇଥିଲେ। ସେଠାରୁ ତାଙ୍କୁ ଆଜି ସକାଳୁ ଛାତିରେ ଯନ୍ତ୍ରଣା ହେବାରୁ ସ୍ଥାନୀୟ ବରମପୁର ମେଡ଼ିକାଲ କୁ ନିଆଯାଇଥିଲା। ସେଠି ଡାକ୍ତର ଚିକିତ୍ସା ନକରି ଠିକ୍ ଅଛନ୍ତି କହି ଘରକୁ ପଠାଇ ଦେଇଥିବା ବେଳେ ତାଙ୍କ ଭାଣିଜୀ ଙ୍କ ବାସଭବନ ଠାରେ ତାଙ୍କର ମୃତ୍ୟୁ ଘଟିଲା ଏବଂ ତାଙ୍କ ପରିବାରର ଲୋକେ ଚିକିତ୍ସା ଅଭାବରୁ ମୃତ୍ୟୁ ବରଣ କରିଥିବା ଅଭିଯୋଗ କରିଛନ୍ତି।

ତାଙ୍କ ମୃତ୍ୟୁ ଖବର ସୁଣି ରାୟଗଡା ଜିଲ୍ଲା ର ସମସ୍ତ ସାମ୍ବାଦିକ ୟୁନିୟନ, ବିଷମକଟକ,ମୁନିଗୁଡା, ଅମ୍ବାଦୋଳା ର ସମସ୍ତ ସାମ୍ବାଦିକ ୟୁନିୟନ, ବଲାଙ୍ଗୀର ଜିଲ୍ଲାର ବରିଷ୍ଠ ଓଟିଭି ରିପୋର୍ଟ ର ମନ ରଞ୍ଜନ ଜୋଷୀ, ବିଯୁ ଶ୍ୱାସ୍ଥ ଯୋଜନା ବୋଡ଼ର୍ର ମେମ୍ବର ଶ୍ରୀ ସୁଧୀର କୁମାର ଦାସ, ରାଜ୍ୟ ସଭା ସାସଦ ଶ୍ରୀ ଏନ୍ ଭାସ୍କର ରାଓ, ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ବରିଷ୍ଠ ବିଜେଡି ନେତା ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ପୃଥିବୀ ରାଜ ସାହୁ, ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ, ବିଷମକଟକ ବ୍କକ୍ ବିଜେଡି ସଭାପତି ଶ୍ରୀ ଦେବି ପଟ୍ଟନାୟକ, ନାନୁ ପଣ୍ଡା, ସିବା ଜେସିଟି ।

ଗୁଣୁପୁରର ବରିଷ୍ଠ ବିଜେଡି ନେତା ଗଗନ ଆଚାର୍ଯ୍ୟ, ବିଜେଡି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ଜୋତି ପ୍ରସାଦ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ନନ୍ଦ କିଶୋର ଚୈଧିରୀ, ମୁନିଗୁଡା ବିଜେଡ଼ି ସଭାପତି ରତ୍ନ ଲାଲ ଜୈନ, ପୁରୁନ ଗୈଡ,ତ୍ରିପତି ପଣ୍ଡା, ପ୍ରଶାନ୍ତ ମାଦଳା, ଧିରୁ ପାଣିଗ୍ରାହୀ, ନିଳ ମାଧବ ହିକକା, ଦିଲୀପ କୁମାର ପଟ୍ଟନାୟକ, ରାୟଗଡା ଜିଲ୍ଲା ଥାନା ଅଧିକାରୀ ରଶ୍ମି ରଞ୍ଜନ ପ୍ରଧାନ,ବିଷମକଟକ ଥାନାଧିକାରୀ ଶ୍ରୀ ସୁବାଷ ଚନ୍ଦ୍ର କେରେକେଟା, ମୁନିଗୁଡା ଥାନ ଅଧିକାରୀ ଶ୍ରୀ ସୁଞାନୀ ସାହୁ, ମୁନିଗୁଡା ଏସ୍ଡିପିଓ ଶ୍ରୀ ଆକାଶ କୁମାର ସାହୁ, ରାୟଗଡା ଜିଲ୍ଲା ଏସ୍ପି ଶ୍ରୀ ବିବେକାନନ୍ଦ ଶର୍ମା ପ୍ରମୁଖ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କ ମୃତ୍ୟୁ ରେ ସମଗ୍ର ରାୟଗଡା ଜିଲ୍ଲା ରେ ଶୋକର ଛାୟା ଖେଳିଯାଇଛି।


