Home ଅପରାଧ ଭାଇ-ଭଉଣୀଙ୍କ ପବିତ୍ର ସଂପର୍କରେ କଳଙ୍କ: ଭିନ୍ନକ୍ଷମ ଭଉଣୀକୁ ଦୁଷ୍କର୍ମ ମାମଲାରେ ବଡ଼ଭାଇକୁ ବାନ୍ଧିଲା ପୁଲିସ

ଭାଇ-ଭଉଣୀଙ୍କ ପବିତ୍ର ସଂପର୍କରେ କଳଙ୍କ: ଭିନ୍ନକ୍ଷମ ଭଉଣୀକୁ ଦୁଷ୍କର୍ମ ମାମଲାରେ ବଡ଼ଭାଇକୁ ବାନ୍ଧିଲା ପୁଲିସ

31

ନିମାପଡ଼ା , ୧୪/୧୨/୨୧ (ଜିଲ୍ଲା ଖବର ) : ନିମାପଡ଼ା ପୋଲିସ ଉପଖଣ୍ଡ ଅଞ୍ଚଳରେ ଲଜ୍ଜ୍ୟା ଜନକ ଘଟଣା ଘଟିଯାଇଛି । ଭାଇଭଉଣୀଙ୍କ ପବିତ୍ର ସଂପର୍କରେ କଳଙ୍କ ଲାଗିଛି । ପାନ ବରଜରେ କାମ କରିବାକୁ ଭିନ୍ନକ୍ଷମ ଭଉଣୀକୁ ଡ଼ାକି ବଡ଼ଭାଇ ଦୁଷ୍କର୍ମ କରିଥିବା ପରି ଅଭିଯୋଗ ଆଧାରରେ ପୋଲିସ ଆଇ.ପି.ସି. ଧାରା ୩୭୬, ଥାନା କେସ୍‌ ନଂ-୨୦୨/୨୧ରେ ମାମଲା ରୁଜୁ କରି ସଂପୃକ୍ତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି । ଜାମିନ୍‌ ନାମଞ୍ଜୁର ପରେ ଅଭିଯୁକ୍ତ ବିଚାର ବିଭାଗୀୟ ହାଜତକୁ ଯାଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁଯାୟୀ ,ଅସ୍ତରଙ୍ଗ ଥାନା ସଏଙ୍ଗ ପାଟଣା ଗ୍ରାମର ଯୁବକ କାଳନ୍ଦୀ ଦାସ ତା’ର ଭିନ୍ନକ୍ଷମ ଭଉଣୀକୁ ପାନ ବରଜକୁ କାମ କରିବାକୁ ଡ଼ାକି ଦୁଷ୍କର୍ମ କରିଥିବା ଭିନ୍ନକ୍ଷମଙ୍କ ପିତା ଥାନାରେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ନିମାପଡ଼ା ଥାନା ଏସ୍‌.ଡ଼ି.ପି.ଓ. ଦେବାଶିଷ ମିଶ୍ର ଘଟଣାର ଅନୁସନ୍ଧାନ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଅସ୍ତରଙ୍ଗ ଆଇ.ଆଇ.ସି.ଙ୍କୁ ନିର୍ଦ୍ଦେଶ ଦେବା ପରେ ଅସ୍ତରଙ୍ଗ ଥାନା ଆଇ.ଆଇ.ସି. ଗ୍ରାମରେ ଚଢ଼ଉ କରି ଅଭିଯୁକ୍ତକୁ ଗିରଫ କରି ନିମାପଡ଼ା କୋର୍ଟରେ ହାଜର କରାଇଥିଲେ । ବିଚାରପତି ଜାମିନ୍‌ ନାମଞ୍ଜୁର କରିବାରୁ ନିମାପଡ଼ା ଉପ- କାରାଗାରରେ ଅଭିଯୁକ୍ତ ରହିଛି । ଭିନ୍ନକ୍ଷମ ଯୁବତୀର ଡ଼ାକ୍ତରୀ ମାଇନା କରାଯାଇଥିବା ବେଳେ ଏହି ଘଟଣା ପୁରୀ ଜିଲ୍ଲାରେ ଚହଳ ସୃଷ୍ଟି କରିଛି । ଅନ୍ୟ କେତେକ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି ବିନା ଦୋଷରେ କାଳନ୍ଦୀକୁ ଫସାଇ ଦିଆଯାଇଛି । ଜମିଜମା ବିବାଦକୁ ନେଇ ତିକ୍ତତା ଲାଗି ଥିବାରୁ ଏପରି ନାଟକ ରଚା ଯାଇଥିବା କୁହାଯାଉଛ।