
୧୪/୧୨/୨୧ (ଜିଲ୍ଲା ଖବର ) : ପ୍ରତିଶୃତି ଦେଇ ପ୍ରତାରଣା କଲା ପିପିଲି ପ୍ରଶାସନ । ପୁଣି ତହସିଲ ସମ୍ମୁଖରେ ଧାରଣାରେ ବସିଲେ ପିପିଲି ତହସିଲ ଅନ୍ତର୍ଗତ ରୂପଦେଇପୁର ପଞ୍ଚାୟତ ନାହାମଙ୍ଗପାଟଣାର ଟିକିନା ମଳିକ ଓ ତାଙ୍କ ପରିବାର । ପ୍ରଶାସନ ପକ୍ଷରୁ ପ୍ରତିଶୃତି ମିଳିବା ପରେ ନ୍ୟାୟ ପାଇବା ଆଶାରେ ଧାରଣାରୁ ଉଠିଥିଲେ ଟିକିନାଙ୍କ ପରିବାର ହେଲେ ଦେଇଥିବା ପ୍ରତିଶୃତି ରଖିଲନି ପ୍ରଶାସନ ।
ପୁଣି ଧାରଣାରେ ବସିଲେ ପିପିଲି ତହସିଲ ଅଫିସ ସମ୍ମୁଖରେ ସପରିବାର । ଶୀତ ରାତିରେ ଲୋକେ ଘରୁ ବାହାରୁ ନଥିବା ବେଳେ ପୁରା ପରିବାର ନ୍ୟାୟ ଓ ପ୍ରାପ୍ୟ ପାଇଁ ଧାରଣାରେ ବସିଥିବା ଦେଖିବାକୁ ମିଳିଛି।



