Monday, November 16, 2026
Home ଆଞ୍ଚଳିକ ଖସିଛି ପାରଦ ବଢ଼ିଛି ଶୀତ

ଖସିଛି ପାରଦ ବଢ଼ିଛି ଶୀତ

11

୧୪/୧୨/୨୧ (ଜିଲ୍ଲା ଖବର ) : ପାରଦ କମିବା ସହିତ ରାଜ୍ୟକୁ ଫେରିଛି ଶୀତ ଲହରି। ଉଭୟ ଦିନ ଏବଂ ରାତିର ତାପମାତ୍ରା ହ୍ରାସ ପାଉଥିବା ବେଳେ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। କନ୍ଧମାଳର ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା 10ଡିଗ୍ରୀ ରେର୍କଡ କରାଯାଇଥିବା ବେଳେ ରାଜ୍ୟର 8ଟି ସହରର ତାପମାତ୍ରା 15ଡିଗ୍ରୀରୁ କମ୍ ରହିଥିବା ଜଣାପଡିଛି।

ଆଗାମୀ 3ରୁ 4ଦିନ ମଧ୍ୟରେ ତାପମାତ୍ରା ଆହୁରି ହ୍ରାସ ହେବାକୁ ଥିବା ବେଳେ ଶୀତର ପ୍ରକୋପ ଆହରି ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆଗାମୀ 24 ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡିଶା ସମେତ ଉପକୂଳ ଓଡିଶାରେ କୁହୁଡିର ଦେଖିବାକୁ ମିଳିବ ବୋଲି ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି।