୨ଟି ଗୋରୁ ବୋଝେଇ ପିକଭ୍ୟାନ ଜବତ, ୪ ଅଟକ

13

ମୟୁରଭଞ୍ଜ, ୧୪/୧୨/୨୧ (ଜିଲ୍ଲା ଖବର ) : ଖୁଲମଖୁଲା ଚାଲିଛି ବେଆଇନ ଗୋଚାଲାଣ।ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଂଚଳ ଦେଇ ୨ଟି ଗୋରୁ ବୋଝେଇ ପିକଅପ ଭ୍ୟାନ ଯାଉଥିବା ବେଳେ ଝାରପୋଖରିଆ ପୋଲିସ ହାତରେ ଧରାପଡିଛି । ଅନ୍ୟପକ୍ଷେ ୨ଟି ଭ୍ୟାନର ଚାଳକ ସହିତ ଅନ୍ୟ ୪ଜଣ ଥାନାରେ ଅଟକ  ।

ସୂଚାନୁସାରେ, ରାଇରଙ୍ଗପୁର,ବାଦମପାହାଡ଼, ବିଶୋଇ ଥାନା ଅଞ୍ଚଳରୁ ଝାରପୋଖରିଆ ଥାନା ଦେଇ ଯାଇଥିବା ୪୯ ଜାତୀୟ ରାଜପଥରେ ପଶ୍ଚିମବଙ୍ଗ କୁ ବହୁଳ ଭାବେ ବେଆଇ ଗୋ ଚାଲାଣ ଚାଲିଛି । ପ୍ରଶାସନ ଆଖି ବୁଜି ଦେଇଥିବାରୁ ଅବାଧରେ ଚାଲାଣ ହେଉଛି ଗୋରୁ । ସୋମବାର ବିଳମ୍ବିତ ରାତି ରେ ମଧ୍ୟ ସମାନ ଢଙ୍ଗରେ ରାଇରଙ୍ଗପୁର ଥାନା ଓ ବାଦାମପାହାଡ ଥାନା ଅଞ୍ଚଳରୁOD 11A8745 ଓ OD 11E 7049  ନମ୍ବର ବିଶିଷ୍ଟ ଭ୍ୟାନ ଦୁଇଟିରେ ପଶ୍ଚିମବଙ୍ଗକୁ ବେନୀୟମ ଗୋ ଚାଲାଣ ହେଉଥିବା ବେଳେ  ଖବର ପାଇ ଝାରପୋଖରିଆ ଥାନାଧିକାରୀ ମୁକ୍ତିକାନ୍ତ କୁଲୁ  ଜାତୀୟ ରାଜପଥର ୪୯ର ଜାମଶଳା ନିକଟରେ ୨ଟି ଭ୍ୟାନକୁ ଅଟକାଇ ଥାନାକୁ ଆଣିଥିଲେ ।

ଭ୍ୟାନରେ ବନ୍ଧା ହୋଇଥିବା ୨୦ ରୁ ଉର୍ଦ୍ଧ ଗୋରୁକୁ ବାଲେଶ୍ଵର ସ୍ଥିତ ଗୋଶାଳକୁ ପଠାଇ ଦେଇଥିବା ବେଳେ ବାଦାମପାହାଡ଼ ଥାନା ଓ ରାଇରଙ୍ଗପୁର ଥାନା ଅଞ୍ଚଳର ଦୁଇ ଜଣ ଡ୍ରାଇଭର ଏବଂ ଅନ୍ୟ ୪ଜଣକୁ  ଥାନାରେ ଅଟକ ରଖାଯାଇଥିବା ବେଳେ ଡାକ୍ତରୀ ମାଇନା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ପ୍ରକାଶ କରିଛନ୍ତି।