
କନ୍ଧମାଳ,୧୪/୧୨/୨୧ (ଜିଲ୍ଲା ଖବର ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ କାରାଗାରରୁ ଜଣେ କଏଦି ଫେରାର। ସଂନ୍ଧ୍ୟା ସମୟରେ ଝରକା ଗ୍ରୀଲ କାଟି ଫେରାର ହୋଇଥିବା ସୂଚନା ଦେଇଛନ୍ତି ବାଲିଗୁଡ଼ା ଥାନା ଆଇ ଆଇ ସି। ଫେରାର କଏଦି ଜଣଙ୍କ ବ୍ରାହ୍ମଣୀଗାଁ ଅଞ୍ଚଳର ଟୁକୁନା ମଲ୍ଲିକ। ଏକ ହତ୍ୟାକାଣ୍ଡ ଘଟଣାରେ ଦେଢ ବର୍ଷ ହେବ ଜେଲରେ ସଜା କାଟୁଥିବା ସୂଚନା ମିଳିଛି।
ବାଲିଗୁଡ଼ା କାରାଗାରରୁ କଏଦି ଫେରାର ହେବା ଏହା ପ୍ରଥମ ଘଟଣା ନୂହେଁ। ପୂର୍ବରୁ ମଧ୍ୟ ଏହି କାରାଗାରରୁ କଏଦି ଫେରାର ହୋଇଥିବା ନଜିର ରହିଛି। ବାଲିଗୁଡ଼ା ଥାନାରେ ରିପୋର୍ଟ ହେବାପରେ ଥାନା ଅଧିକାରୀ କାରାଗାରକୁ ଯାଇ ସି ସି ଟିଭି ଛାଞ୍ଚ କରି ତଦନ୍ତ ଜାରି ରଖିଛନ୍ତି।



