Monday, November 16, 2026
Home ଆଞ୍ଚଳିକ କଂଗ୍ରେସ ଭବନରେ ପଶି ପୋଲିସର ମାଡ଼କୁ ପ୍ରତିବାଦ, ଆଜି ସବୁ ଜିଲ୍ଲା ଏସପି ଅଫିସ ସମ୍ମୁଖରେ...

କଂଗ୍ରେସ ଭବନରେ ପଶି ପୋଲିସର ମାଡ଼କୁ ପ୍ରତିବାଦ, ଆଜି ସବୁ ଜିଲ୍ଲା ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

6

୧୪/୧୨/୨୧ (ଜିଲ୍ଲା ଖବର ) : କଂଗ୍ରେସ ଭବନରେ ପଶି ପୋଲିସର ମାଡ଼କୁ ପ୍ରତିବାଦ। ଆଜି ସବୁ ଜିଲ୍ଲା ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ କରିବ ଛାତ୍ର କଂଗ୍ରେସ । ବିଧାନସଭା ଘେରାଉ ବେଳେ ଛାତ୍ର କଂଗ୍ରେସ କର୍ମୀଙ୍କୁ ପୋଲିସର ମାଡ ମାରିବା ଘଟଣାକୁ ବିରୋଧ କରି ଏହି ବିକ୍ଷୋଭ କରୁଛି ଛାତ୍ର କଂଗ୍ରେସ । ଛାତ୍ର କଂଗ୍ରେସ ପକ୍ଷରୁ ସବୁ ଏସପି ଅଫିସର ସମ୍ମୁଖରେ ଗଣ ଧାରଣା ଦିଆଯିବ ।

ଆକ୍ରମଣରେ ଦୋଷୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ଦାବି କରିଛି । ଭୁବନେଶ୍ୱରରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ଡିସିପି ଅଫିସ ସମ୍ମୁଖରେ ଧାରଣା ଦିଆଯିବା ନେଇ ଛାତ୍ର କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୧୦ ତାରିଖରେ ଛାତ୍ର କଂଗ୍ରେସ ପକ୍ଷରୁ ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦାବିରେ ବିଧାନସଭା ଘେରାଓ କରାଯାଇଥିଲା । ବିକ୍ଷୋଭ ବେଳେ କଂଗ୍ରେସ କର୍ମୀମାନେ ପୋଲିସ ଉପରକୁ ଅଣ୍ଡା, ଟମାଟୋ, ପଥର ଫୋପାଡିବା ନେଇ ଅଭିଯୋଗ ହୋଇଥିଲା ।

ପରେ ପୋଲିସ କଂଗ୍ରେସ କର୍ମୀଙ୍କୁ ଗୋଡାଇ ଗୋଡାଇ ପିଟୁଥିବା ଦେଖିବାକୁ ମିଳିଥିଲା । ଏପରିକି କଂଗ୍ରେସ ଭବନ ଭିତରେ ପୋଲିସ ପଶି କଂଗ୍ରେସ କର୍ମୀଙ୍କୁ ପିଟିଥିଲା । ପୋଲିସର ଏଭଳି କାର୍ଯ୍ୟକୁ ନିନ୍ଦା କରିବା ସହ ପ୍ରତିବାଦ କରୁଛି ଛାତ୍ର କଂଗ୍ରେସ ।