Home ଅପରାଧ ଚିତ୍ତରଞ୍ଜନଙ୍କ ରହସ୍ୟମୟ ହତ୍ୟା ଘଟଣା, ବିବାଦରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା

ଚିତ୍ତରଞ୍ଜନଙ୍କ ରହସ୍ୟମୟ ହତ୍ୟା ଘଟଣା, ବିବାଦରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା

15

୧୪/୧୨/୨୧ (ଜିଲ୍ଲା ଖବର ) : ପୁରୀ ବ୍ରହ୍ମଗିରିର ରହସ୍ୟମୟ ହତ୍ୟାକୁ ନେଇ ବିବାଦକୁ ଆସିଛନ୍ତି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା। ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ସଂଜୟ ଦାସବର୍ମା, ବିଜେଡିର ଟାଣୁଆ ନେତା।

ବ୍ରହ୍ମଗିରିରିର ପୂର୍ବତନ ବିଧାୟକ, ପୂର୍ବତନ ମନ୍ତ୍ରୀ। ସଂଜୟଙ୍କ ସହିତ ଫଟୋରେ ଥିବା ଏଇ ଯୁବକ ଜଣଙ୍କ ହେଉଛନ୍ତି ତାଙ୍କ ପିଏ ଚିତ୍ତରଂଜନ ପଳାଇ। ଯାହାଙ୍କ ସନ୍ଦେହ ଜନକ ଭାବେ ମୃତଦେହ ଉଦ୍ଧାର ହୋଇଛି ପୁରୀ-ଭାର୍ଗବୀ ନୂଆନଇରୁ। ଚିତ୍ତଙ୍କ ଘର ବ୍ରହ୍ମଗିରି ବ୍ଲକ୍ ଅର୍ନ୍ତଗତ ସାନବନ୍ଧକେରା ଗାଁରେ । ଚିତ୍ତରଞ୍ଜନ ଶନିବାର କିଛି ବନ୍ଧୁଙ୍କ ସହ ଭୋଜି କରିବାକୁ ଯାଇ ଆଉ ଫେରିନଥିଲେ । ସଦର ଗଡମୃଗଶିରା ବ୍ରିଜ୍ ନିକଟରେ ରକ୍ତଛିଟା ପଡିଥିଲା ।

ପୋଲିସ ନିକଟରେ ଅଭିଯୋଗ କରିଥିଲେ ପରିବାର ଲୋକେ। ମୃତଦେହ ମିଳିବା ପରେ ସଂଜୟଙ୍କ ନାଁରେ ସାଂଘାତିକ ଅଭିଯୋଗ। ପରିବାର ଲୋକେ ଅଭିଯେୋଗ କରିଛନ୍ତି ସଂଜୟ ଦାସବର୍ମା ଲୋକ ଲଗାଇ ଚିତ୍ତରଂଜନଙ୍କୁ ହତ୍ୟା କରିଛନ୍ତି। ସେପଟେ ସଞ୍ଜୟ ଦାସ ବର୍ମାଙ୍କୁ ଏହି ପ୍ରଶ୍ନ ପଚାରାଯିବାରୁ ସେ ସାମ୍ବାଦିକ ସମ୍ମିଳନୀରୁ ଉଠି ପଳାଇବା ଏବେ ଅନେକ ପ୍ରଶ୍ନ ସୃଷ୍ଟି କରିଛି।