

ଆସିକା (ଜିଲ୍ଲା ଖବର) : ଆସିକା ବିଜ୍ଞାନ ମହାବିଦ୍ୟାଳୟ ଠାରେ ବିଶ୍ୱ ଏଡ଼ସ ଦିବସ ଉପଲକ୍ଷେ ଯୁକ୍ତ ଦୁଇ ଜାତୀୟ ସେବା ଯୋଜନା ଓ ଯୁଥ ରେଡ କ୍ରସ ର ମିଳିତ ଆନୁକୂଲ୍ୟ ରେ ଏକ ଏଡ଼ସ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି. ଉକ୍ତ କାର୍ଯ୍ୟକ୍ରମ ଟି ଏନ ଏସ ଏସ ର କାର୍ଯ୍ୟକ୍ରମ ଅଧିକାରୀ ତଥା ଅଧ୍ୟାପକ ଶ୍ରୀ ସରୋଜ କୁମାର ପଣ୍ଡାଙ୍କ ପ୍ରେତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିଲା. ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ତାରାପ୍ରସାଦ ଦାସ ରାଲି କୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ. ୟୁଥ ରେଡ କ୍ରସ ର ସହ ସଂଯୋଜକ ଅଧ୍ୟାପକ ରାଜେଶ କୁମାର ସାହୁ ରାଲି ର ପରିଚାଳନା ଦାଇତ୍ୱ ନେଇଥିଲେ. +2 ଜାତୀୟ ସେବା ଯୋଜନା ଓ ୟୁଥ ରେଡ କ୍ରସ ର ସମସ୍ତ ସ୍ଵେଛାସେବି ନିଜ ନିଜ ହାତରେ ଏଡ଼ସ ସଚେତନେତା ପ୍ଲାକାର୍ଡ଼ ଧରି ସ୍ଲୋଗାନ ଦେଇ ମହାବିଦ୍ୟାଳୟ ପରିସର ରୁ ବାହାରିଥିଲେ ଓ ନିକଟସ୍ଥ ଗ୍ରାମ କୋଟିନଡା, ନୂଆପଲ୍ଲୀ ଓ କଲେଜ ଛକ ପରିକ୍ରମା କରି ପୁଣି ମହାବିଦ୍ୟାଳୟ ରେ ସମାପ୍ତ କରିଥିଲେ. ଏହି ରାଲି ର ମୁଖ୍ୟ ଉଧେଶ୍ୟ ଥିଲା ଏଡ଼ସ ସମ୍ପର୍କୀୟ ଜନ ସଚେତନେତା. ଗ୍ରାମ ପରିଭ୍ରମଣ ସମୟରେ ସ୍ଵେଛାସେବି ମାନେ କିଛି ଉପସ୍ଥିତ ଥିବା ଲୋକଙ୍କ ସହ ଏଡ଼ସ କଣ, ଏହାର ଅପକାରିତା, କେମିତି ସୃଷ୍ଟି ହୁଏ, ପରସ୍ପରକୁ କିପରି ବ୍ୟାପେ, ଏଥିରୁ କିପରି ମୁକ୍ତି ପାଇବା, ପ୍ରତିକାର ଓ ନିରାକରଣ ସମ୍ପର୍କ ରେ ଆଲୋଚନା ଓ ସଚେତନତା କରାଇଥିଲେ. ଜାତୀୟ ସେବା ଯୋଜନା ର ସ୍ଵେଚ୍ଛା ସେବି ସୁଶାନ୍ତ କୁମାର ପାତ୍ର, କୁମାର ହଂସରାଜ, ଶିବାଶିଷ ପାଢ଼ୀ, ଶୁଭେନ୍ଦୁ ମହାରଣା, ଆୟାଜ ସରିଫ, କାଁହୁ ଚରଣ ସାହୁ, ଅଜିତ କୁମାର ସାହୁ, ଆଲୋକ କୁମାର ପ୍ରଧାନ, ଶିଶିର କୁମାର ପ୍ରଧାନ, ସାଇ ସୁନ୍ଦର ଜେନା, ଆକାଶ କୁମାର ସ୍ୱାଇଁ, ସୌମ୍ୟ ରଞ୍ଜନ ପାଢ଼ୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ.



