
ଆସିକା , ୧୩/୧୨/୨୧ (ଜିଲ୍ଲା ଖବର ) : ଆସିକା ବିଜ୍ଞାନ ମହାବିଦ୍ୟାଳୟର ୫୩ତମ ବାର୍ଷିକ କ୍ରୀଡାଉତ୍ସବର ଉଦଘାଟନ ଅଧ୍ୟକ୍ଷ ଡ଼ ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେଏବଂ କ୍ରୀଡା ଅଧ୍ୟାପକ ସନ୍ତୋଷ କୁମାର ପ୍ରଧାନଙ୍କ ସଂଯୋଜନାରେ ଆନୁଷ୍ଠାନିକ ରୂପେ ଅନୁଷ୍ଠିତ ହୋଇଯାଇଛି।

ଏହି ଉତ୍ସବରେ କ୍ରୀଡାପ୍ରେମୀ ଛାତ୍ରଛାତ୍ରୀ, ଅଧ୍ଯକ୍ଷ, ପିଇଟି ତଥା ଅଧ୍ୟାପକଙ୍କ ଦ୍ବାରା ମଶାଲ ପ୍ରଜ୍ଜ୍ବଳନ ଏବଂ କ୍ରୀଡା ପତାକା ସହ କଲେଜ ଖେଳ ପଡିଆରୁ ଆରମ୍ଭ ହୋଇ ମାଁ ଶିତଳାଇଙ୍କ ଆଶିର୍ବାଦ ନିମନ୍ତେ ମନ୍ଦିରକୁ ଶୋଭାଯାତ୍ରାରେ ପୂଜାର୍ଚ୍ଚନା କରି ପୁନଶ୍ଚ କଲେଜ ଖେଳ ପଡିଆକୁ ଅଣାଯାଇଥିଲା।

ତତପଶ୍ଚାତ୍ କଲେଜ ଅଧ୍ୟକ୍ଷ କ୍ରୀଡା ପତ୍ତାକା ଉତ୍ତୋଳନ ସହ ଛାତ୍ରଛାତ୍ରୀମାନଙ୍କୁ କ୍ରୀଡାବିତ୍ ହେବା ପାଇଁ ଉଦବୋଧନ ଦେଇଥିଲେ। ଆଜି କ୍ରୀଡାପ୍ରେମୀ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବିଭିନ୍ନ ଖେଳକୁଦ ପର୍ଯ୍ୟାୟ କ୍ରମେ ଆରମ୍ଭ କରାଯାଇଥିଲା।

ଏହି ଅବସରରେ ସ୍ବେଚ୍ଛାସେବୀ ଛାତ୍ରମାନଙ୍କ ଦ୍ବାରା ଏବଂ କଲେଜ କ୍ରୀଡା କମିଟିର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା ଅଣଶିକ୍ଷକ କର୍ମଚାରୀଙ୍କ ଅକୁଣ୍ଠ ସହଯୋଗରେ ଖେଳକୁଦର ସମସ୍ତ ପ୍ରତିଯୋଗିତା ସୂଚାରୁରୂପେ ସଂପାଦିତ ହୋଇପାରିଥିଲା।

ଏହିପରି କ୍ରୀଡାପ୍ରେମୀ ଛାତ୍ରଛାତ୍ରୀଙ୍କ ମନରେ ଏକ ଆନନ୍ଦର ଲହରି ଖେଳିଯାଇଛି। ପ୍ରକାଶଥାଉକି ଏହି ବାର୍ଷିକ କ୍ରୀଡା ଉତ୍ସବ ଦୁଇଦିନ ଧରି ଆୟୋଜିତ ହେବ।



