ମମତା ମେହେରଙ୍କୁ ନ୍ୟାୟ ଦାବିରେ ଭୁବନେଶ୍ୱର ଲୋୟର ପିଏମଜିରେ ଯୁବ ଓ ଛାତ୍ର ପ୍ରତିବାଦ

28

୧୩/୧୨/୨୧ (ଜିଲ୍ଲା ଖବର ) : ମମତା ମେହେରଙ୍କୁ ନ୍ୟାୟ ଦାବିରେ ଭୁବନେଶ୍ୱର ଲୋୟର ପିଏମଜିରେ ଯୁବ ଓ ଛାତ୍ର ପ୍ରତିବାଦ ରlଲୀରେ ପୋଲିସ ର ଗୁଣ୍ଡାରାଜ ଓ ମାଡ଼ ପ୍ରତିବାଦରେ କନ୍ଧମାଳ ଜିଲା ଯୁବ କଂଗ୍ରେସ ସଭାପତି ବସନ୍ତ ପାଢିଙ୍କ ନେତୃତରେ ଶତାଧିକ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ କନ୍ଧମାଳ ଏସପି ଅଫିସ ଘେରାଓ କରିବା ସହ ବିକ୍ଷୋଭ ପଦର୍ଶନ କରିଛନ୍ତି। ଗୋପବନ୍ଧୁ ଛକଠାରୁ ଏକ ଶୋଭାଯାତ୍ରାରେ ବିଜେଡି ସରକାର ବିରୁଦ୍ଧରେ ସ୍ଲୋଗାନ ଦେଇ ଏସପି ଅଫିସ ସମ୍ମୁଖରେ ପହଂଚି ବିକ୍ଷୋଭ ପଦର୍ଶନ କରାଯାଇଥିଲା ।

ବର୍ତମାନ ପୋଲିସ ବିଜେଡି ପାଟିର କର୍ମୀ ସାଜି ଗୁଣ୍ଡl ଗିରି କରି ଲୋକମାନଙ୍କ ଉପରେ ନିର୍ଯ୍ୟାତନା ଆରମ୍ଭ କରିଦେଇଛନ୍ତି । ପୋଲିସ ଲୋକଙ୍କୁ ନାୟ ଦେବା ବଦଳରେ ଲୋକଙ୍କ ପ୍ରତିବାଦକୁ ଚାପିବାକୁ ଚେଷ୍ଟା କରୁଛିବୋଲି ଯୁବ କଂଗ୍ରେସ ସଭାପତି ବସନ୍ତ ପାଢ଼ୀକହିଛନ୍ତି l କଂଗ୍ରେସ କର୍ମୀମାନେ ଏସପି ଅଫିସ ଭିତରକୁ ଧସେଇ ପଶିବାକୁ ଚେଷ୍ଟା କରୁଥିବା ସମୟରେ କିଛି ସମୟ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତା ଧସ୍ତି ହୋଇଥିବା ଦେଖିବାକୁ ମିଳିଥିଲା। ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସଦର ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ, ଫୁଲବାଣୀ ଟାଉନ ଥାନା ଅଧିକାରୀସୁଶାନ୍ତ କୁମାର ସେଠି ପ୍ରମୁଖ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିଥିଲେ |କନ୍ଧମାଳ ରୁ ଗୌର ପ୍ରସାଦ ଙ୍କ ରିପୋର୍ଟ୍ ଜିଲ୍ଲା ଖବର