Wednesday, October 14, 2026
Home ଅପରାଧ ହିଂଜିଳିରେ ଭାଇଗିରି ଆତଙ୍କ ।ବକେୟା ଟଙ୍କା ମାଗିବାରୁ ଯୁବକଙ୍କୁ ଚାପୁଡ଼ା ଓ ମୁଥ , ଥାନାରେ...

ହିଂଜିଳିରେ ଭାଇଗିରି ଆତଙ୍କ ।ବକେୟା ଟଙ୍କା ମାଗିବାରୁ ଯୁବକଙ୍କୁ ଚାପୁଡ଼ା ଓ ମୁଥ , ଥାନାରେ ମାମଲା ରୁଜୁ ।

325

ହିଞ୍ଜିଳକାଟୁ, ୧୩/୧୨/୨୧ (ଜିଲ୍ଲା ଖବର ) : ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଂଜିଳିରେ ଭାଇଗିରି ଆତଙ୍କ ।ବକେୟା ଟଙ୍କା ମାଗିବାରୁ ଯୁବକଙ୍କୁ ଘର ସମ୍ମୁଖରେ ଅଶ୍ଳୀଳ ଭାଷାରେ ଗାଳିଗୁଳଜ ଓ ପରେ ଯୁବକଙ୍କ ପାଟିକୁ ମୁଥ ମାରି ଲହୁଲୁହାଣ କରିବା ଭଳି ହିଂଜିଳି ଥାନା ଇଲାକାରୁ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି ।
ସୂଚନାନୁସାରେ , ହିଂଜିଳି ଦମକଳ କେନ୍ଦ୍ର ନିକଟ କେନାଲ ସାହିର ଯୁବକ ରାଜ୍ ସେଠୀଙ୍କ ଠାରୁ ପ୍ରାୟ ୫ ମାସ ତଳେ ବିଜେଡ଼ି ଯୁବ ସାଧାରଣ ସମ୍ପାଦକ ପୂର୍ଣ୍ଣ ଗୌଡ଼ ୭ ହଜାର ଟଙ୍କା ଧାର ନେଇଥିଲେ ।ପରବର୍ତ୍ତୀ ମୁହୂର୍ତ୍ତରେ ପଇସା ସୁବିଧା ହେଲେ ସବୁ ଫେରେଇଦେବି ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।ରାଜ୍ ବେଳେବେଳେ ସମୟ ଦେଖି ପୂର୍ଣ୍ଣଙ୍କୁ ଧାରକରଜ କରିଥିବା ଟଙ୍କା ଫେରାଇବା ପାଇଁ କହୁଥିଲେ ।ହେଲେ ଶୁକ୍ରବାର ରାଜ୍ ପଇସା ମାଗିବାରୁ ପୂର୍ଣ୍ଣ ଗୌଡ଼ ଓ ସମ୍ପାଦକ ସୁନୀଲ ପଟ୍ଟନାୟକ ହଠାତ୍ ଉତକ୍ଷିପ୍ତ ହୋଇ ଆକ୍ରମଣ କରିଥିଲେ ।

ପରବର୍ତ୍ତୀ ମୁହୂର୍ତ୍ତରେ ରାଜ୍ ଏ ନେଇ ହିଂଜିଳି ଥାନାରେ ଏତଲା ଦେଇଥିଲେ ।ଏ ନେଇ ହିଂଜିଳି ଥାନାରେ କେସ ନଂ ୬୪୫/୨୧ରେ ମାମଲା ରୁଜୁ ହୋଇଥିବା ପୋଲିସ ସୂତ୍ରରୁ ପ୍ରକାଶ ।

ପୂର୍ବରୁ ଉଭୟଙ୍କ ବହୁ କାଣ୍ଡକାରନାମା ଦାଣ୍ଡରେ ପଡ଼ି ହାଟରେ ଗଡୁଥିବା ବେଳେ ଦଳୀୟ ନେତାଙ୍କ ଛତ୍ରଛାୟା ତଳେ ରହି ଆସୁଥିବାର ଶୁଣିବାକୁ ମିଳିଛି ।ତେବେ ଅନେକ ଲୋକଙ୍କ ଠାରୁ ଧାରକରଜ କରି ପଇସା ନେଉଥିବା ବେଳେ ପୂର୍ଣ୍ଣ ପରବର୍ତ୍ତୀ ସମୟରେ ଆଉ ଫେରସ୍ତ କରି ପାରୁ ନାହାନ୍ତି ।ଅନେକ ସମୟରେ ନେତାଙ୍କ ନାଁ ନେଉଥିବାରୁ ସାଧାରଣ ଲୋକ ବି ଭୟରେ ପାଟି ଫିଟାଉନାହାନ୍ତି ।ତେବେ କିଛି ଦିନର ବିରତ ପରେ ପୁଣି ଭାଇଗିରି ଆତଙ୍କ ମୁଣ୍ଡ ଟେକିଥିବା ବେଳେ ଜନସାଧାରଣ ମଧ୍ୟ ଭୟବୀତ ଥିବା ଜଣାପଡ଼ିଛି ।