
ବିଷମକଟକ ,୧୩/୧୨/୨୧ (ଜିଲ୍ଲା ଖବର ) : ବିଷମକଟକ ବ୍କକ୍ ର ମିଟିଂ ହଲରେ ମାଣ୍ଡିଆ କ୍ରୟ କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ବିଷମକଟକ କୃଷି ବିଭାଗ ଅଧିକାରୀ ଏ ରାମ ପ୍ରସାଦ ପାତ୍ର ଉପସ୍ଥିତ ଥିଲେ। ମାଣ୍ଡିଆ ଚାଷୀ କିପରି ଭାବରେ ମାଣ୍ଡିଆ ବିକ୍ରୀ କରି ଅଧିକ ଟଙ୍କା ପାଇବେ ଓ ମାଣ୍ଡିଆ ଚାଷ କରି କିପରି ଭାବରେ ଉପକୃତ ହେବେ ସେ ନେଇ ଆଲୋଚନା ହୋଇଥିଲା।

ସରକାରୀ ଦରରେ ମାଣ୍ଡିଆ କିଲୋ ପିଛା ୩୩ ଟଙ୍କା ୭୭ ପ ଇସା ମୂଲ୍ୟ ଧାର୍ଯ୍ୟ ହୋଇଛି। ମାଣ୍ଡିଆ କ୍ରୟ ଇନେକ୍ଟ ଏଜେନ୍ସି ଦା ଇତ୍ଵ ନେଇଛନ୍ତି। ମାଣ୍ଡିଆ ଚାଷୀ କିପରି ମାଣ୍ଡିଆ ବିକ୍ରୀ କରି ଦୁଇ ପ ଇସା ଅଧିକ ରୋଜଗାର କରିବେ ସେହି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଏହି ମାଣ୍ଡିଆ ମଣ୍ଡି ଇନେକ୍ଟ ଏଜେନ୍ସି ର ଚେୟାରମ୍ୟାନ ବିଷମକଟକ ବ୍କକ୍ ବିଡ଼ିଓ ଶ୍ରୀ ଆଲବଟ୍ ଲାକ୍ରା, ଇନେକ୍ଟ ଏଜେନ୍ସିର ମୁଖ୍ୟ ପରେସ କୁମାର ଭଞ୍ଜ, ତ୍ରିପତି ରାଇଗୁରୁ, ଚାଟିକଣା ପଚାୟତ ର ସମସ୍ତ ମାଣ୍ଡିଆ ଚାଷୀ, ସମସ୍ତ ଆର ଆଇ, vaw, ଇନେକ୍ଟ ଏଜେନ୍ସି ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।



