
ବ୍ରହ୍ମପୁର, ୧୩/୧୨/୨୧ (ଜିଲ୍ଲା ଖବର ) : ଆସିକା ଵ୍ଳକ ବରଗାଁ ପଞ୍ଚାୟତର ଆଳିଆ ଖଣ୍ଡାୟତ ସମାଜ ଗୃହ ଠାରେ ବିଧାୟିକା ମଞ୍ଜୁଳା ସ୍ୱାଇଁ ଙ୍କ ଦ୍ଵାରା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ର ସ୍ମାର୍ଟ କାର୍ଡ ବଣ୍ଟନ କଲେ।
ବରଗାଁ ପଞ୍ଚାୟତ ର ୧୫୩୦ ହିତାଅଧିକାରୀ ଆଜି ଏହି ସ୍ମାର୍ଟ୍ କାର୍ଡ ବଣ୍ଟନ କରାଯିବା ।
ଏହି କାର୍ଯ୍ୟକ୍ରମ କୁ ବ୍ଲକ ଯୁବ ସଭାପତି ତଥା ବରଗାଁ ସମିତି ସଭ୍ୟ ଶିବ ନାହାକ ଙ୍କ ତତ୍ବାଵଧନରେ ହୋଉଥିବା ବେଳେ P. D ସିନ୍ଧେ ଦତ୍ତାତ୍ରେୟ ଭୋଓ ସାହେବ୍, ଜୋନ୍ ସଭାପତି ନଚିକେତା ସ୍ଵାଇଁ,ଵିଡିଓ ରୋସନ୍ ସତପଥି,CDPO ଭାରତି ମହାପାତ୍ର,ସରପଞ୍ଚ ତ୍ରିବେଣୀ ନାହାକ ଉପସ୍ଥିତ ଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଲଲାଟ ବେହେରା ଯୋଗାଣ ସାହାୟକ, ଆଶା, ଅଙ୍ଗନବାଡ଼ି କର୍ମଚାରୀ ସହଯୋଗ କରୁଥିବାର ଦେଖିବାକୁ ମିଳିଛି।





