Tuesday, October 20, 2026
Home ଅପରାଧ ଅଣ୍ଡାମାଡ ଭୟରେ ବିଜେପି ଯୁବମୋର୍ଚ୍ଚାର କର୍ମୀଙ୍କୁ ଉଠାଇନେଲା ପୋଲିସ

ଅଣ୍ଡାମାଡ ଭୟରେ ବିଜେପି ଯୁବମୋର୍ଚ୍ଚାର କର୍ମୀଙ୍କୁ ଉଠାଇନେଲା ପୋଲିସ

17

ଖୋର୍ଦ୍ଧା,୧୩/୧୨/୨୧ (ଜିଲ୍ଲା ଖବର ) :  ମୁଖ୍ୟମନ୍ତ୍ରୀଙ୍କ ଗସ୍ତବେଳେ କଳାପତାକା ପ୍ରଦର୍ଶନ ଓ ଅଣ୍ଡାମାଡ଼ ଭୟ । ବିଜେପି ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କୁ ରାତି ଅଧିଆ ଉଠାଇ ନେଲା ପୋଲିସ । ମୁଖ୍ୟମନ୍ତ୍ରୀଙ୍କ ବେଗୁନିଆ ଗସ୍ତ ପୂର୍ବରୁ ବିଜେପି ଯୁବମୋର୍ଚ୍ଚାର ଛାତ୍ରନେତାଙ୍କୁ ପାହାନ୍ତିଆରୁ ଉଠାଇନେଲା ପୋଲିସ ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ କଳାପତାକା ଅଣ୍ଡା ମାଡ଼ ଭୟରେ  ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଏପରି କରିଛି ବେଗୁନିଆ ପୋଲିସ । ଆଜି ବେଗୁନିଆ ମିନି ଷ୍ଟାଡିୟମରେ ସ୍ମାର୍ଟ କାର୍ଡ ବଣ୍ଟନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଗୁନିଆ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ଗତକିଛି ଦିନ ଧରି ମମିତାଙ୍କୁ ନ୍ୟାୟ ଦାବିରେ ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଉଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କର ଗସ୍ତ ବେଳେ କଳାପତାକା ପ୍ରଦର୍ଶନ ଓ ଅଣ୍ଡାମାଡ କରାଯାଉଛି । ଯାହାକୁ ନେଇ ଶାସକ ଦଳ ପକ୍ଷରୁ କଡା ଚେକିଂ କରାଯାଉଛି ।